କୋହଲି ଶତକ ପାଇଁ ବ୍ୟାକୁଳ ଥିଲେ: ଭୁବି

ପୋର୍ଟ ଅଫ୍ ସ୍ପେନ୍: ଭାରତୀୟ ଅଧିନାୟକ ବିରାଟ କୋହଲି ଚଳିତ ବର୍ଷ ମାର୍ଚ ମାସ ପରେ ପ୍ରଥମ ଶତକ ହାସଲ କଲେ। ବିଶ୍ବକପ୍‌ରେ ପାଞ୍ଚଟି ଅର୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଏହାକୁ ସେ ଶତକରେ ରୂପାନ୍ତର କରି ପାରି ନଥିଲେ। ରବିବାରର ପ୍ରତୀକ୍ଷିତ ଶତକ କେବଳ କୋହଲିଙ୍କୁ ନୁହେଁ ସାଥୀ ଖେଳାଳି ଭୁବନେଶ୍ବର କୁମାରଙ୍କୁ ମଧ୍ୟ ଉଲ୍ଲସିତ କରିଥିଲା। ଏଥିନେଇ ଖୁସି ଜାହିର କରି ଭୁବି କହିଥିଲେ ଯେ କୋହଲି ଶତକ ପାଇଁ ବ୍ୟକୁଳ ଥିଲେ। ଫର୍ମରେ ନଥିଲେ ବୋଲି ନୁହେଁ, ୭୦-୮୦ରେ ଆଉଟ୍ ହେବା ହିଁ ତାଙ୍କୁ ସବୁଠାରୁ ବେଶି ବାଧୁଥିଲା। କୋହଲିଙ୍କ ଭଳି ଭୁବି ମଧ୍ୟ ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୩୧ ରନ୍ ଦେଇ ୪ ୱିକେଟ୍ ନେଇଥିଲେ ସେ। ବୋଲିଂ କରିବାକୁ ଆସିଲା ବେଳେ ରନ୍ ଉପରେ ଅଙ୍କୁଶ ଲଗାଇବାକୁ ମୁଁ ଲକ୍ଷ୍ୟ କରିଥିଲି। ଗୋଟିଏ ଦୁଇଟି ୱିକେଟ୍ ପାଇଲେ, ଆମେ ମ୍ୟାଚ୍‌କୁ ଫେରିବୁ ବୋଲି ମୋର ବିଶ୍ବାସ ଥିଲା। ୱେଷ୍ଟଇଣ୍ଡିଜ୍ ମଧ୍ୟ ଠିକ୍ ତାହା କରିଥିଲା ବୋଲି ଭୁବି ମ୍ୟାଚ୍ ପରେ ଦେଇଥିବା ସାକ୍ଷାତକାରରେ କହିଥିଲେ। ନିକୋଲାସ୍ ପୂରନଙ୍କ ୱିକେଟ୍ ସବୁଠାରୁ ବେଶି ଆତ୍ମସନ୍ତୋଷ ଦେଇଥିଲା ବୋଲି ସେ ଏହି ଅବସରରେ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର