କୋହଲି ପଢ଼ିଲେ ‘ଅହଂକାର କେମିତି ଦୂର କରିବ’

ନର୍ଥ ସାଉଣ୍ଡ: ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂରେ ସେତେଟା ସଫଳତା ଲାଭ କରି ନାହାନ୍ତି। ତଥାପି ସେ ଗଣମାଧ୍ୟମର ପ୍ରମୁଖ ଶିନୋନାମା ପାଲଟିଛନ୍ତି। କୋହଲି ଏଥର ନିଜ ପସନ୍ଦର ପୁସ୍ତକଙ୍କୁ ନେଇ ଚର୍ଚିତ ହୋଇଛନ୍ତି। ଭାରତର ପ୍ରଥମ ପାଳି ଚାଲିଥିଲା ବେଳେ କୋହଲି ଡ୍ରେସିଂ ରୁମ୍ ବାହାର ବାଲକୋନିରେ ଷ୍ଟିଭେନ୍ ସିଲଭେଷ୍ଟରଙ୍କ ଲଖିତ ‘ଡିଟକ୍ସ ୟୋର ଇଗୋ: ସେଭେନ୍ ଷ୍ଟେପ୍ସ ଟୁ ଆଚିଭିଙ୍ଗ୍ ଫ୍ରିଡମ୍, ହାପିନେସ୍, ସକ୍ସେସ୍’ ନାମକ ଏକ ବହି ପଢ଼ୁଥିବା ଦେଖିବାକୁ ମିଳିଥିଲା। ଏହି ପୁସ୍ତକରେ ଜଣେ ନିଜ ଅହଂକାରକୁ କିଭଳି ଦୂର କରିପାରିବ ତାର ସୂତ୍ର ଓ ଉପାୟ ଉଲ୍ଲେଖ ରହିଛି। କୋହଲି ଏହି ବହି ପଢ଼ୁ୍‌ଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ଚର୍ଚିତ ହୋଇଥିଲା। ପ୍ରଶଂସକମାନେ ଏଥିନେଇ ନାନା ମତ ପୋଷଣ କରିଥିଲେ। କେତେକ କୋହଲିଙ୍କ ପସନ୍ଦକୁ ପ୍ରଶଂସା କରିବା ସହ ଆଉ କେତେକ ତାଚ୍ଛଲ୍ୟ କରିଥିଲେ। ଜଣେ ପ୍ରଶଂସକ ଲେଖିଥିଲେ କୋହଲି ଏକଦମ୍ ଠିକ୍ ବହି ପଢ଼ୁଛନ୍ତି। ବହି ପଢ଼ିବା ଭଲ, ହେଲେ ଆମେ ତୁମର ସେହି ଆକ୍ରମଣାତ୍ମକ ରୂପକୁ ପସନ୍ଦ କରୁ ବୋଲି ଆଉ ଜଣେ ପ୍ରଶଂସକ କହିଥିଲେ।

ସମ୍ବନ୍ଧିତ ଖବର