କୋହଲି ଦଳ ବଦଳିବନି ପ୍ରଥମ ଥର

ସାଉଥାମ୍ପଟନ୍‌: ଗୁରୁବାରଠାରୁ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‍ ଉପରେ ଏବେ ସମସ୍ତଙ୍କ ନଜର। ବିରାଟ କୋହଲି ତାଙ୍କ ଅଧିନାୟକତ୍ୱ ଜୀବନରେ ପ୍ରଥମ ଥର ପାଇଁ ଲଗାତାର ଦୁଇଟି ଟେଷ୍ଟ୍‍ରେ ସମାନ ଦଳକୁ ନେଇ ଖେଳିବା ସମ୍ଭାବନା ରହିଛି। ନଟିଂହାମ୍‌ରେ ବିଜୟୀ ଭାରତୀୟ ଦଳ ପାଇଁ କୋହଲିଙ୍କ ନେତୃତ୍ୱର ୩୮ତମ ଟେଷ୍ଟ୍‍ ଥିଲା। ଫର୍ମ, ଫିଟ୍‌ନେସ୍‌ ଏବଂ ନିଜ ନିଷ୍ପତ୍ତିକୁ ଦେଖିଲେ କୋହଲି କେବେ ଅନ୍ୟୁନ ଗୋଟିଏ ପରିବର୍ତନ ବିନା ଖେଳିନାହାଁନ୍ତି। ନଟିଂହାମରେ ଦଳଗତ ପ୍ରଦର୍ଶନ ଆଧାରରେ ବିଜୟ ମିଳିଥିବାରୁ ସାଉଥମ୍ପଟନ ଟେଷ୍ଟ୍‍ରେ ଦଳ ଅପରିବର୍ତିତ ରହିବା ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର