ମନ୍ଥର ବୋଲିଂ ପାଇଁ କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ମନ୍ଥର ବୋଲିଂ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମ ଖେଳାଳି ଭାବେ ଦଣ୍ଡିତ ହୋଇଛନ୍ତି। ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଓଭର କମ୍‌ ବୋଲି କରିଥିବାରୁ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଆଇପିଏଲ୍‌ ପକ୍ଷରୁ ଏନେଇ ବିବୃତି ରଖାଯାଇଛି। ଏହି ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୨୦୫ ରନ୍‌ କରିଥିଲା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ୩୪ ବଲ୍‌ ୭୦* ରନ୍‌ ବଳରେ ସୁପର କିଙ୍ଗ୍‌ସ ୨ ବଲ୍‌ ପୂର୍ବରୁ ଦମ୍‌ଦାର ବିଜୟ ହାସଲ କରି ନେଇଥିଲା।

ସମ୍ବନ୍ଧିତ ଖବର