କୋହଲି ବାହିନୀଙ୍କ ଇଂଲଣ୍ଡ ଗସ୍ତ

ନୂଆଦିଲ୍ଲୀ: ବିରାଟ କୋହଲି ଓ ତାଙ୍କ ଭାରତୀୟ କ୍ରିକେଟ୍‌ ଦଳ ଶନିବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛି। ଭାରତୀୟ ଦଳ ଲମ୍ବା ଇଂଲଣ୍ଡ ଗସ୍ତରେ ପ୍ରଥମେ ଆୟର୍ଲାଣ୍ଡ୍‌ ସହ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବା ପରେ ଇଂଲଣ୍ଡ ସହ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବ। ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟେଷ୍ଟ, ୩ ଲେଖାଏଁ ଦିନିକିଆ ଓ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାରେ ଟେଷ୍ଟ ପୂର୍ବରୁ ପ୍ରଥମେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଅଗଷ୍ଟ ୧ ତାରିଖରୁ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ। ଶନିବାର ବିମାନ ବନ୍ଦରରୁ ଦଳ ଯାତ୍ରା କରିବା ବେଳେ ଖେଳାଳିମାନେ ବେଶ୍‌ ପ୍ରଫୁଲ୍ଲ ଦେଖାଯାଇଥିଲେ। ବିମାନ ଭିତରେ ନିଜ ନିଜ ମଧ୍ୟରେ ଖୁସି ମନାଉଥିଲା ବେଳେ କୋହଲି ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଲୋକେଶ ରାହୁଲ୍‌ଙ୍କ ସହ ସେଲ୍‌ଫି ଉଠାଇବାରେ ବ୍ୟସ୍ତ ରହିଥିଲେ। ତେବେ ବିମାନ ବନ୍ଦରରେ ରାଧା ନାମ୍ନୀ ଏକ ବାଳିକାର ଅନୁରୋଧକ୍ରମେ କୋହଲି ତା ସହ ଫଟୋ ଉଠାଇବା ଆକର୍ଷଣର କେନ୍ଦ୍ରବୁନ୍ଦୁ ଥିଲା। ଏହି ଅବସରରେ ମୁଁ ପୂରା ଫିଟ୍‌ (ସୁସ୍ଥ) ବୋଲି କୋହଲି କହିଥିଲେ।

ସମ୍ବନ୍ଧିତ ଖବର