କୋହଲିଙ୍କ ଛକା ଶତକ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ବୁଧବାର ଭାରତୀୟ ଅଧିନାୟକ ବିରାଟ କୋହଲି ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଏହି ମ୍ୟାଚ୍‌ରେ ସେ ମଧ୍ୟ ଦିନିକିଆ କ୍ରିକେଟ୍‌ରେ ୧୦୦ ଛକା ମାରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଏହା କରି ସେ ମହେନ୍ଦ୍ର ସିଂହ ଧୋନି (୨୧୬) ଓ ରୋହିତ ଶର୍ମା (୧୬୫)ଙ୍କ କ୍ଲବରେ ସାମିଲ ହୋଇଥିଲେ। ଛକା ମାଷ୍ଟର ତାଲିକାରେ କୋହଲି ସଂପ୍ରତି ତିଲକରତ୍ନେ ଦିଲସାନ, ସୌରଭ ଗାଙ୍ଗୁଲି, କ୍ରିସ୍‌ ଗେଲ୍‌, କୁମାର ସାଙ୍ଗାକାରା, ଏବି ଡିଭିଲିୟର୍ସ ଓ ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୧୧୫)ଙ୍କଠାରୁ କିନ୍ତୁ ପଛରେ ରହିଛନ୍ତି। ସେହିଭଳି ଗୋଟିଏ ପାଳିରେ ଦୌଡ଼ିକି ୧୦୦ ରନ୍‌ କରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ବିଶ୍ୱର ପଞ୍ଚମ ଖେଳାଳି ଭାବେ ସେ ଏହି ନିଆରା ସଫଳତା ଲାଭ କରିଛନ୍ତି। ପ୍ରଥମ ତିନିଟି ମ୍ୟାଚ୍‌ରୁ ୩୧୮ ରନ୍‌ କରିବା ପରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ସର୍ବାଧିକ ରନ୍‌ କରିଥିବା ବିଦେଶୀ ଖେଳାଳିର ମୁକୁଟ ମଧ୍ୟ କୋହଲି ହାସଲ କରି ନେଇଛନ୍ତି।

ସମ୍ବନ୍ଧିତ ଖବର