ନିୟମିତ ବିରାମ ଶ୍ରେଷ୍ଠ ଉପାୟ: କୋହଲି

‌ୱେଲିଂଟନ୍ : ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିରାଟ କୋହଲି ଜଣେ ବ୍ୟସ୍ତ ଖେଳାଳି। କିନ୍ତୁ ବ୍ୟସ୍ତବହୂଳ କ୍ରିକେଟ୍‌ ଭିତରେ ସେ ସବୁ ପ୍ରତିଯୋଗିତା ଓ ଶୃଙ୍ଖଳା ଖେଳୁଛନ୍ତି। କ୍ରିକେଟ୍‌ର ସମସ୍ତ ଫର୍ମାଟରେ ବି ନିଜ ପରାକାଷ୍ଠା ଦେଖାଇବାରେ ଲାଗିଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କୋହଲି କହିଛନ୍ତି, ‘ବ୍ୟସ୍ତ ଖେଳସୂଚୀ ମଧ୍ୟରେ ନିଜକୁ ସତେଜ ରଖିବା ଲାଗି ନିୟମିତ ବିରାମ ହେଉଛି ଶ୍ରେଷ୍ଠ ଉପାୟ’। ନିଜେ କୋହଲି ମଧ୍ୟ ଗତ ବର୍ଷର ବିଶ୍ବକପ୍ ପରେ ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ଖେଳିବା ମାତ୍ରେ ବାଂଲାଦେଶ ବିପକ୍ଷ ଶୃଙ୍ଖଳାରୁ ବିଶ୍ରାମ ନେଇଥିଲେ। ଅଧିନାୟକ ଭାବେ ମଧ୍ୟ ତାଙ୍କ ଉପରେ ଅତିରିକ୍ତ ଚାପ ରହିଥାଏ ବୋଲି ସେ ସ୍ବୀକାର କରିଥିଲେ। ବିଗତ ୭/୮ ଋତୁ ହେବ ମୁଁ ବର୍ଷକୁ ୩୦୦ ଦିନ ଖେଳ, ଯାତାୟତ ଓ ଅଭ୍ୟାସରେ ବିତାଉଛି। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପାଇଁ ଭାରତୀୟ ଦଳ ଠିକଣା ମାନସିକତା ଓ ଗଭୀରତାରେ ରହିଛି ବୋଲି ମଧ୍ୟ କୋହଲି ପ୍ରକାଶ କରିଛନ୍ତି। ସମସ୍ତ ଫର୍ମାଟରେ‌ ଖେଳିବା ପ୍ରତି ଖେଳାଳି ପାଇଁ ଆହ୍ବାନ ଏବଂ ଏତେ ସହଜ ନୁହେଁ ବୋଲି କହିଥିଲେ। ବୟସ ୩୪-୩୫ ହୋଇଗଲେ ହୁଏତ ଶରୀର ଏତେଟା ସାଥ୍‌ ଦେଇନପାରେ। ବିଶ୍ବ ଟେଷ୍ଟ୍ ପ୍ରତିଯୋଗିତା ସମସ୍ତ ଆଇସିସି ପ୍ରତିଯୋଗିତା ମଧ୍ୟରେ ଶୀର୍ଷତମ। ପ୍ରତି ଦଳ ଭଳି ଲର୍ଡସ ଫାଇନାଲ୍‌ ଖେଳିବାକୁ ଆମେ ବି ଆଗ୍ରହୀ ରହିଛୁ‌ ବୋଲି କହିଥିଲେ କୋହଲି।

ସମ୍ବନ୍ଧିତ ଖବର