କୋହଲିଙ୍କ ବ୍ୟାଟିଂ କ୍ରମକୁ ନେଇ ଶାସ୍ତ୍ରୀଙ୍କ ସହ ଗାଭାସ୍କର ଏକମତ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂକ୍ରମକୁ ନେଇ ତର୍କ ବିତର୍କ ଚାଲିଛି। କୋହଲି ନିୟମିତ ଭାବେ ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିଲେ ମଧ୍ୟ ଆବଶ୍ୟକ ସ୍ଥଳେ ସେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ପାରନ୍ତି ବୋଲି ପ୍ରଶିକ୍ଷକ ରବି ଶାସ୍ତ୍ରୀ କିଛି ଦିନ ତଳେ ମତ ଦେଇଥିଲେ। ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ରବିବାର ଶାସ୍ତ୍ରୀଙ୍କ ସହ ଏହି କ୍ଷେତ୍ରରେ ଏକମତ ହୋଇଛନ୍ତି। ଦରକାର ପଡ଼ିଲେ କୋହଲି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଗାଭାସ୍କର କହିଛନ୍ତି। ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟିଂକ୍ରମ ସୁରକ୍ଷାର ଆବଶ୍ୟକତା ନାହିଁ। ହେଲେ କେବେ କେବେ ପରିସ୍ଥିତି ଅନୁଯାୟୀ କାମ କରିବାକୁ ପଡ଼ିଥାଏ। ଇଂଲଣ୍ଡରେ ବଲ୍ ବହୁତ ସୁଇଂ ହେବ। ପ୍ରତିପକ୍ଷ ୩୫୦ ରନ୍ କଲେ ଏବଂ ଭାରତ ପ୍ରଥମ କିଛି ଓଭରରେ ୱିକେଟ୍ ହରାଇଲେ କୋହଲି ତୃତୀୟ ପରିବର୍ତେ ଚତୁର୍ଥରେ ଖେଳିବା ଭଲ ହେବ ବୋଲି ଗାଭାସ୍କର କହିଛନ୍ତି।

ସମ୍ବନ୍ଧିତ ଖବର