ଶ୍ରୀଲଙ୍କା ଗସ୍ତ: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ, ରୋହିତଙ୍କ ହାତରେ ନେତୃତ୍ୱ

ଧୋନି, କୋହଲିଙ୍କୁ ମିଳିଲା ବିଶ୍ରାମ, ନବଗତଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆୟୋଜିତ ନିଦାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ରବିବାର ଭାରତୀୟ ଦଳ ଘୋଷଣା ହୋଇଛି। ଲମ୍ବା ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଶ୍ରମ ବୋଝ ଲାଘବ କରିବା ଉଦ୍ଦେଶ୍ୟରେ ଅଧିକାଂଶ ପ୍ରମୁଖ ଖେଳାଳିମାନଙ୍କୁ ଏହି ଶୃଙ୍ଖଳାରୁ ବିଶ୍ରାମ ଦେବା ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ରାଜି ହୋଇଛି। ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିଛି। ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ନେବେ। ସେହିଭଳି ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯଶପ୍ରିତ ବୁମରା ଓ କୁଳଦୀପ ଯାଦବଙ୍କୁ ମଧ୍ୟ ବିଶ୍ରାମ ମିଳିଛି।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ(ଉପ-ଅଧିନାୟକ), ଲୋକେଶ ରାହୁଲ, ସୁରେଶ ରୈନା, ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ(ଓ୍ଵିକେଟ କିପର), ଦିପକ ହୁଡା, ଓ୍ଵାସିଂଙ୍ଗଟନ୍‌ ସୁନ୍ଦର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ବିଜୟ ଶଙ୍କର, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଋଷଭ ପନ୍ଥ(ଓ୍ଵିକେଟ କିପର)।

ବିସିସିଆଇ ଓ ଖେଳାଳିମାନଙ୍କ ସହମତିରେ ରୋହିତ ଶର୍ମାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଚୟନକାରୀ ଟିମ୍‌ ରବିବାର ନୂଆ ଖେଳାଳିଙ୍କ ନାମ ଘୋଷଣା କରିବା ପରେ ଶ୍ରୀଲଙ୍କା ଗସ୍ତରେ ଦିଲ୍ଲୀ ଓ୍ଵିକେଟ କିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ଥଙ୍କୁ ସ୍ଥାନ ମିଳିଛି। ଋଷଭ ପନ୍ଥଙ୍କ ସହିତ ଚୟନକାରୀ ପ୍ୟାନେଲର ସଦସ୍ୟ ଏମ୍‌ଏସ୍‌କେ ପ୍ରସାଦ ପାଲମ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ‘ବିଜୟ ହଜାରେ’ର ଏକ ମ୍ୟାଚ୍‌ ପରେ ଆଲୋଚନା କରିଛନ୍ତି।

 

ସମ୍ବନ୍ଧିତ ଖବର