ବ୍ରାଭୋଙ୍କ ଗୀତରେ ଝୁମିଲେ କୋହଲି ଏବଂ ଭଜିି

ନୂଆଦିଲ୍ଲୀ : ବର୍ତ୍ତମାନ ପ୍ରାୟ ସମସ୍ତଙ୍କୁ ଆଇପିଏଲ୍‌ ନିଶା ଘାରିଛି। ତେବେ ଖେଳ ପଡ଼ିଆ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଖେଳୁଥିବା ସମସ୍ତ ଖେଳାଳି ପଡ଼ିଆ ବାହାରେ ଘନିଷ୍ଠ ବନ୍ଧୁ ଭାବେ ନଜର ଆସିଥାନ୍ତି । ବିଭିନ୍ନ ଦେଶର ଖେଳାଳି ଏକା ସାଙ୍ଗରେ ଅନେକ ପାର୍ଟି ଆୟୋଜନ କରୁଥିବା ବେଳେ ନାଚଗୀତିରେ ମସଗୁଲ୍‌ ହେବା ଦେଖାଯାଇଥାନ୍ତି। ଏବେ ନିକଟରେ ଭାରତୀୟ ଖେଳାଳିମାନେ ବ୍ରାଭୋଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ଗୀତରେ ନାଚୁଥିବାର ଦେଖାଯାଇଛନ୍ତି। ଏଭଳି ମଜାଦାର ମୁହୂର୍ତ୍ତର ଏକ ଫଟୋ ପୋଷ୍ଟ କରିଛନ୍ତି ଖୋଦ ବ୍ରାଭୋ ।

୨୦୧୬ ମସିହାର ଟି-୨୦ ବିଶ୍ୱକପ୍‌ ସମୟରେ ଚାମ୍ପିୟନ ଗୀତ ଗାଇ ଚର୍ଚ୍ଚାର ବିଷୟ ପାଲଟିଥିଲେ କ୍ୟାରେବିୟନ କ୍ରିକେଟର ବ୍ରାଭୋ । ତାଙ୍କର ଏହି ଗୀତକୁ ସାରା ବିଶ୍ୱର ଲୋକ ପସନ୍ଦ କରିଥିଲେ । ତେବେ ବର୍ତ୍ତମାନ ବ୍ରାଭୋ ଏକ ନୂତନ ଗୀତର ସ୍ୱର ସଂଯୋଜନା କରିଛନ୍ତି। ଏହି ଗୀତର ପ୍ରଥମ ଧାଡ଼ି ରହିଛି ‘ରନ୍‌ ଦ ବୋଲ୍ଡ ।’ ଏହି ଗୀତକୁ ବର୍ତ୍ତମାନ ଅଧିକାଂଶ ଲୋକ ପସନ୍ଦ କରୁଥିବା ବେଳେ କ୍ରିକେଟର କୋହଲି , ଭଜି ଏବଂ କେଏଲ ରାହୁଲ ମଧ୍ୟ ଏହି ଗୀତରେ ନାଚିବା ପାଇଁ ନିଜକୁ ଅଟକାଇ ପାରିନାହାନ୍ତି । କ୍ରିକେଟ ତାରକାମାନଙ୍କରଏହି ଭଡ଼ିଓକୁ ପୋଷ୍ଟ କରିବା ସହ ବ୍ରାଭୋ ତାଙ୍କୁ ଧନ୍ୟବାଦ କହିବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର