କୋହଲି ଖେଳ ରତ୍ନ, ଦ୍ରାବିଡ ଦ୍ରୋଣାଚାର୍ଯ୍ୟ, ଗାଭାସ୍କର ଧ୍ୟାନ ଚାନ୍ଦ

ମୁମ୍ବାଇ,: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ପୁରସ୍କାର ଲାଗି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗୁରୁବାର ବିରାଟ କୋହଲିଙ୍କ ନାଁ ସୁପାରିସ କରିଛି। କ୍ରିକେଟ୍‌ର ତିନିଟି ଯାକ ରୂପ ଯଥା ଟେଷ୍ଟ, ଦିନିକିଆ ଏବଂ ଟେ୍ଵଣ୍ଟି-୨୦ରେ ଜାତୀୟ ଦଳର ନେତୃତ୍ୱ ନେଉଥିବା କୋହଲିଙ୍କ ନାଁ ୨୦୧୬ ସମିହାର ପ୍ରଥମେ ଏହି ସମ୍ମାନଜନକ ପୁରସ୍କାର ଲାଗି ସୁପାରିସ ହୋଇଥିଲା। ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନି ଏହି ପୁରସ୍କାର ପାଇ ସାରିଛନ୍ତି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ନାଁ ସୁପାରିସ୍‌ କରିଛି। ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଭାରତୀୟ ‘ଏ’ ଦଳ ଗତ ଦୁଇ ବର୍ଷ ହେବ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଥିଲା ବେଳେ ୧୯ ବର୍ଷରୁ କମ୍‌ ଦଳ ନ୍ୟୁଜିଲାଣ୍ଡରେ ଆୟୋଜିତ ବିଶ୍ୱକପ୍‌ ଜିତିଥିଲା। ଅନ୍ୟପକ୍ଷରେ ଆଜୀବନ ସେବା ବର୍ଗ ପାଇଁ ବିସିସିଆଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ନା ସୁପାରିସ କରିଛି।

ସମ୍ବନ୍ଧିତ ଖବର