ରାଞ୍ଚି: ଧୋନୀଙ୍କ ଅବସର ଖବର ଏବେ ବି ଚର୍ଚ୍ଚାରେ ରହିଛି । ଧୋନୀ ଆଗକୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ ନା ଅବସର ନେବେ ଫ୍ୟାନଙ୍କ ପାଇଁ ଏହା ସବୁଠାରୁ ବଡ ପ୍ରଶ୍ନ ପାଲଟିଛି । ଏନେଇ ରାଞ୍ଚି ଟେଷ୍ଟ ଜିତିବା ପରେ ଟିମଇଣ୍ଡିଆ କ୍ୟାପେଟନ୍ ବିରାଟ କୋହଲି ଜବାବ ରଖିଛନ୍ତି । କୋହଲିଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ଧୋନୀଙ୍କୁ ନେଇ ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ କୌଣସି ଚର୍ଚ୍ଚା ଆଲୋଚନା ହୋଇଛି କି ନାହିଁ ।
/sambad/media/post_attachments/wp-content/uploads/2019/10/virat-kohli-300x169.jpg)
ଏହାର ଉତ୍ତର ରଖିବାକୁ ଯାଇ କୋହଲି କହିଥିଲେ ଏନେଇ ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ କିଛି ବି ଆଲୋଚନା ହୋଇନାହିଁ । ଆଗକୁ ଏନେଇ ଆବଶ୍ୟକ ହେଲେ ସେ ତାଙ୍କ ସହିତ ଆଲୋଚନା କରିବେ ବୋଲି କୋହଲି କହିଛନ୍ତି । ଖୁବଶୀଘ୍ର ବାଂଲାଦେଶ ବିପକ୍ଷ ଟି ୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ ।
ଅନୁମାନ କରାଯାଉଛି ଏହି ଘୋଷିତ ଭାରତୀୟ ଦଳରେ ଧୋନୀଙ୍କୁ ସ୍ଥାନ ମିଳିବନି । ଆଗରୁ ଗାଙ୍ଗୁଲି ଇସାରା କରିଥିଲେ କି ସେ ୨୩ ତାରିଖରେ ବିସିସିଆଇର ପଦଭାର ଗ୍ରହଣ କରିବା ପରଦିନ ଧୋନୀଙ୍କୁ ନେଇ କଥା ହେବେ । ଏଠାରେ ସୂଚନା ଥାଉ କି ଧୋନୀ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱକପ୍ ସେମି ଫାଇନାଲ ମ୍ୟାଚ୍ ହାରିବା ପର ଠାରୁ ଧୋନୀ କ୍ରିକେଟରୁ ଦୂରେଇ ରହିଛନ୍ତି ।