କୋହଲିଙ୍କ ଲଢୁଆ ଶତକ, ଟେଣ୍ଟବ୍ରିଜ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ

ନଟିଂହାମ : ଇଂଲାଣ୍ଡର ନଟିଂହାମର ଟେଣ୍ଟବ୍ରିଜଠାରେ ଖେଳାଯାଉଥିବା ଭାରତ-ଇଂଲାଣ୍ଡ ୩ୟ ଟେଷ୍ଟର ୩ୟ ଦିନରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ଶତକ ଫଳରେ ନିଜ ସ୍ଥିତିକୁ ସୁଦୃଢ କରିପାରିଛି । ଭାରତ ଏବେ ୫ଟି ଓ୍ଵିକେଟ ହରାଇ ୨୯୮ ରନରେ କରିଥିବାବେଳେ ଅଜିଙ୍କ୍ୟ ରାହାଣେ ୨୧ ଓ ହାର୍ଦିକ ପାଣ୍ଡ୍ୟା ୧୨ ରନ କରି କ୍ରିଜରେ ଅଛନ୍ତି । ଏହା ସହିତ ଭାରତ ଏବେ ଇଂଲାଣ୍ଡଠାରୁ ୪୬୬ ରନରେ ଆଗୁଆ ରହି ନିଜର ବିଜୟ ଆଶାକୁ ଉଜ୍ଜଳ କରିଛି । ଗତ ଦୁଇଟି ଟେଷ୍ଟରେ ଦଳର ଶୋଚନୀୟ ପରାଜୟ ପରେ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହୋଇଥିବା ଅଧିନାୟକ ବିରାଟ କୋହଲି ଲଢୁଆ ଖେଳ ପ୍ରଦର୍ଶନ କରି ନିଜର ୨୩ତମ ଟେଷ୍ଟ ଶତକ ପୂରଣ କରିଛନ୍ତି । ସେ ୭୪ଟି ବଲରେ ନିଜର ଅର୍ଦ୍ଧଶତକ ଓ ୧୮୯ଟି ବଲରେ ନିଜର ଶତକ ପୂରଣ କରିଥିଲେ । ତେବେ ଶତକ ପୂରଣ କରିବା ପରେ କୋହଲି କ୍ରିସ େଓ୍ଵକେସଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇ ପାଭିଲିୟନ ଫେରିଥିଲେ । ଏହା ପରେ ରିସଭ ପନ୍ତ ମଧ୍ୟ ଆଣ୍ଡରସନଙ୍କ ବଲରେ କୁକଙ୍କ ହାତରେ ଧରାପଡିଥିଲେ ।

ସମ୍ବନ୍ଧିତ ଖବର