ଭାରତ ବନାମ ବାଂଲାଦେଶ: ପ୍ରଥମ ଟେଷ୍ଟ ତୁଳନାରେ ୨ୟ ମୁକାବିଲାକୁ ଅଧିକ ଗୁରୁତ୍ୱ ଦେଉଛି ଭାରତୀୟ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଉଭୟ ଟିମ୍‌ ମଧ୍ୟରେ ଦିନକ ପରେ ଅର୍ଥାତ ନଭେମ୍ବର ୧୪ରୁ ପ୍ରଥମ ଟେଷ୍ଟ ଖେଳାଯିବ। ଏହା ପରେ କୋଲକାତାରେ ନଭେମ୍ବର ୨୨ରୁ ଦ୍ୱିତୀୟ ମୁକାବିଲା ହେବ। ଇଡେନ ଗାର୍ଡେନରେ ଖେଳାଯିବାକୁ ଥିବା ଏହି ବହୁ ପ୍ରତିକ୍ଷୀତ ମ୍ୟାଚ ପାଇଁ ଭାରତୀୟ ଟିମ୍‌ ଅଧିକ ବ୍ୟସ୍ତ ଦେଖାଯାଇଛି। ଏହି ଟେଷ୍ଟରେ ଗୋଲାପି ରଙ୍ଗର ବଲ ବ୍ୟବହାର କରାଯିବ। ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ଟେଷ୍ଟ ତୁଳନାରେ ୨ୟ ଟେଷ୍ଟ ମ୍ୟାଚକୁ ଅଧିକ ଗୁରୁତ୍ୱ ଦେଇଛି।

ଭାରତୀୟ କ୍ରିକେଟ୍‌ ଟିମ୍‌ ପରିଚାଳନା ମଧ୍ୟପ୍ରଦେଶ କ୍ରିକେଟ ସଂଘକୁ ବିରାଟ କୋହଲିଙ୍କ ଟିମ୍‌ ଗୋଲାପି ବଲରେ ଅଭ୍ୟାସ କରିବାକୁ ଅନୁରୋଧ କରିଛି। ଏମପିସିଏ (ମଧ୍ୟପ୍ରଦେଶ କ୍ରିକେଟ ସଂଘ)ର ସଚିବ ମିଲିନ୍ଦ କାନମାଡିକର ଏହା ସ୍ପଷ୍ଟ କରିଛନ୍ତି।

ମିଲିନ୍ଦ କାନମାଡିକର କହିଛନ୍ତି, ସଂଘ ଖେଳାଳିଙ୍କୁ ସହଯୋଗ କରିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। କାରଣ ଭାରତୀୟ ଖେଳାଳି ଗୋଲାପି ବଲରେ ଖେଳିବା ଦ୍ୱାରା ଅଭ୍ୟସ୍ତ ହୋଇଯିବେ। ମିଲିନ୍ଦ କହିଛନ୍ତି, ଆମେ ଭାରତୀୟ ଟିମ୍‌କୁ ଅନୁରୋଧ କରିଛୁ ଯେ, ରାତିରେ ପିଙ୍କ ବଲରେ ତାଲିମ ନେବାକୁ ଚାହୁଁଛନ୍ତି, କାରଣ ବାଂଲାଦେଶ ବିପକ୍ଷରେ ଦିବା-ରାତ୍ର ମ୍ୟାଚ ପୂର୍ବରୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇପାରିବେ। ଆମେ ଏହାର ପୂରା ବ୍ୟବସ୍ଥା କରିବୁ।

ସମ୍ବନ୍ଧିତ ଖବର