କୋଲକାତା ଟି-୨୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୫ ଓ୍ଵିକେଟ୍‌ରେ ବିଜୟୀ, ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷରେ ରବିବାର ଭାରତ ୫ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଦ୍ୱିତୀୟ ଇନିଂସରେ ୧୧୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ୧୭.୫ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ଏହା ପୂରଣ କରିଛି। ଏଥି ସହିତ ଭାରତ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି। ଫଳରେ ଚଳିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀଲାଭ କରିଛି।

ଭାରତ ପକ୍ଷରୁ ଦିନେଶ କାର୍ତ୍ତିକ ଅପରାଜିତ ୩୧ ରନ୍‌ ସଂଗ୍ରହ କରିଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ଅପରାଜିତ ୨୧ ରନ୍‌, ମନୀଷ ପାଣ୍ଡେ ୧୯ ରନ୍‌ ଯୋଡ଼ିଥିଲେ। ସେହିଭଳି ଲୋକେଶ ରାହୁଲ ୧୬ ରନ୍‌ ସଂଗ୍ରହ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୬ ରନ୍‌, ଶିଖର ଧାଓ୍ଵନ ୩ ରନ୍‌ ଓ ଋଷଭ ପନ୍ତ ୧ ରନ୍‌ ଯୋଡ଼ିଥିଲେ। ଭାରତକୁ ୭ ରନ୍‌ରେ ପ୍ରଥମ ଝଟକା ରୋହିତ ଶର୍ମା ଭାବରେ ଲାଗିଥିଲା। ୧୬ ରନ୍‌ରେ ଶିଖର ଧାଓ୍ଵାନ, ୩୫ ରନ୍‌ରେ ଋଷଭ ପନ୍ତ, ୪୫ ରନ୍‌ରେ ଲୋକେଶ ରାହୁଲ ଏବଂ ୮୩ ରନ୍‌ରେ ମନୀଷ ପାଣ୍ଡେ ଆଉଟ୍‌ ହୋଇଥିଲେ।

କୋଲକାତାର ଇଡେନ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ୩ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ କରିଥିଲା। ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଉମେଶ ଯାଦବ, ଯଶପ୍ରୀତ ବୁମରା, ଖଲିଲ ଅହମଦ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ୱେଷ୍ଟଇଣ୍ଡିଜ ୧୬ ରନ୍‌ରେ ଓପନର ଦିନେଶ ରାମଦିନଙ୍କୁ ହରାଇ ଥିଲା। ଭାରତର ୨ୟ ଶିକାର ହୋଇଥିଲେ ସାଈ ହୋପ୍‌। ସେହି ସମୟରେ ସ୍କୋର , ୨୨ ରନ୍‌ ଥିଲା। ୱେଷ୍ଟଇଣ୍ଡିଜ୨୮ ରନ୍‌ରେ ସିମରୋନ ହେଟମେୟାର, ୪୭ ରନ୍‌ରେ କିରନ୍‌ ପୋଲାର୍ଡ, ୪୯ ରନ୍‌ରେ ଡାରେନ୍‌ ବ୍ରାଭୋ, ୫୬ ରନ୍‌ରେ ରାମବନ ପାେଓ୍ଵଲ, ୬୩ ରନ୍‌ରେ କାରଲୋସ୍‌ ବ୍ରେଥେଓ୍ଵଟ୍‌ ଓ ୮୭ ରନ୍‌ରେ ଫାବିଆନ୍‌ ଆଲେନ୍‌ଙ୍କୁ ହରାଇଥିଲା।

ଦଳ ପାଇଁ ସର୍ବାଧିକ ରନ୍‌ ଯୋଡ଼ିଥିଲେ ଫାବିଆନ୍‌ ଆଲେନ (୨୭)। ସେହିପରି ସାଈ ହୋପ ଓ କିରନ ପୋଲାର୍ଟ ୧୪-୧୪ ରନ୍‌ ଯୋଡ଼ିଥିବା ବେଳେ ଅନ୍ୟ ଖେଳାଳିମାନେ କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ।

ସମ୍ବନ୍ଧିତ ଖବର