ଆଇପିଏଲରୁ ରାଜସ୍ଥାନ ରୟାଲ୍ସର ବିଦାୟ , କୋଲକତାଠାରୁ ୨୫ରନରେ ହାରିଲା 

କୋଲକତା- ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ ୨୦୧୮ରୁ ବିଦାୟ ନେଇଛି । ବୁଧବାରଦିନ ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ କୋଲକତା ନାଇଟରାଇଡର୍ସ ରାଜସ୍ଥାନକୁ ୨୫ ରନରେ ହରାଇଦେଇଥିଲା । କୋଲକତାର ୧୭୦ ରନ ବିଜୟ ଲକ୍ଷ୍ୟର ପିଛା କରି ରାଜସ୍ଥାନ ଭଲ ଆରମ୍ଭ କରିଥିଲା । ଦଳ ପକ୍ଷରୁ ଅଧିନାୟକ ଆଜିଙ୍କ୍ୟ ରାହାଣେ ୪୬ ରନ ସଂଜୁ ସାମସନ ୫୦ ରନ କରିଥିଲେ । ମାତ୍ର ହାତରେ ୱିକେଟ ଥିବା ସତ୍ତେ୍ୱ ରାଜସ୍ଥାନ ବିଜୟ ଲକ୍ଷ୍ୟରେ ପହଞ୍ଚିପାରିନଥିଲା । କୋଲକତା ପକ୍ଷରୁ ପିୟୁଷ ଚାୱଲା ୨ଟି ୱିକେଟ ନେଇଥିଲେ । ଆଇପିଏଲର ୨ୟ କ୍ୱାଲିଫାୟରରେ ଶୁକ୍ରବାରଦିନ କୋଲକତା ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚର ବିଜେତା ଫାଇନାଲରେ ଚେନ୍ନାଇକୁ ଭେଟିବ ।
ଏହା ପୂର୍ବରୁ ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତା ବେଟିଂ କରିଥିଲା। କୋଲକାତାର ଇଡେନ ଗାର୍ଡେନରେ କୋଲକାତା ୨୦ ଓଭରରେ ୭ ଟି ଓ୍ଵିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିବା ପରେ ରାଜସ୍ଥାନକୁ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା । କୋଲକାତା ନାଇଟ୍‌ ରାଇଡର୍ସ ଆରମ୍ଭରୁ ହିଁ ବିପର୍ୟ୍ୟର ସମ୍ମୁଖୀନ ହୋଇଥିଲା। ୪ ରନ୍‌ରେ ପ୍ରଥମ ଓ୍ଵିକେଟରେ ସୁନିଲ ନାରିନ(୪)ଙ୍କୁ ହରାଇଥିବା ବେଳେ ରାଜସ୍ଥାନର ୨ୟ ଓ୍ଵିକେଟ୍‌ରେ ରବିନ ଉଥ୍ଥାପା (୩) ପାଭଲିଅନ ଫେରିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ସର୍ବାଧିକ ୫୨ ରନ୍‌ ଓ ଆନ୍ଦ୍ରେ ରସେଲ ଅପରାଜିତ ୪୯ ରନ୍‌ ଯୋଡ଼ି ଥିଲେ। ସେହିଭଳି କ୍ରିସ ଲିନ୍‌ ୧୮ ରନ୍‌, ସୁବ୍ରମନ ଗିଲ ୨୮ ରନ୍‌ ସଂଗ୍ରହ କରିଥିଲେ। ରାଜସ୍ଥାନରେ କ୍ରିଷ୍ଣପା ଗୌତମ, ଜୋଫର ଆର୍ଚ୍ଚର ଓ ବେନ୍‌ ଲୁଘଲିନ୍‌ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଶ୍ରେୟସ ଗୋପାଳ ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।
ସମ୍ବନ୍ଧିତ ଖବର