କୋରିଆ ବିଦା ହୋଇ ଖୁସି

ସିଓଲ: ମସ୍କୋ ବିଶ୍ୱକପ୍‌ରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ମଧ୍ୟ ଦକ୍ଷିଣ କୋରିଆ ପ୍ରଥମ ପର୍ଯ୍ୟାୟ ଆଗକୁ ବଢ଼ି ପାରି ନାହିଁ। ତେବେ ଏଥିଲାଗି ଏହି ଦେଶର ପ୍ରଶଂସକ ଆଦୌ ଦୁଃଖି ନାହାନ୍ତି। ବିଶ୍ୱ ବିଜେତା ଜର୍ମାନି ବିପକ୍ଷ ବିଜୟକୁ ସେମାନେ ମନଭରି ଉପଯୋଗ କରୁଛନ୍ତି। ସେଥିପାଇଁ ବିଶ୍ୱକପ୍‌ ବିଦାୟ ସତ୍ତ୍ୱେ ସମଗ୍ର କୋରିଆ ଏବେ ଉତ୍ସବ ମୁଖର ହୋଇ ଯାଇଛି। ରାଜଧାନୀ ସିଓଲରେ ପ୍ରଶଂସକମାନେ ରାତି ସାରା ଖୁସି ମନାଇଥିଲା ବେଳେ ପ୍ରଶଂସକମାନେ ନିଜ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର