କେପିଏଲ୍‌: ଉତ୍କଳକୁ ହରାଇଲା କାକିନାଡା

ଭୁବନେଶ୍ୱର: କିଟ୍‌ ଷ୍ଟାଡିୟମରେ ଚାଲିଥିବା କିଟ୍‌ ପ୍ରିମିୟର ଲିଗ୍‌ (କେପିଏଲ୍‌)ର ଗୁରୁବାର ପ୍ରଥମ ମ୍ୟାଚ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୭ ଓ୍ଵିକେଟ୍‌ରେ ଜେଏନ୍‌ଟିୟୁ କାକିନାଡା ବିଶ୍ୱବିଦ୍ୟାଳୟ ପରାସ୍ତ କରିଛି। ଉତ୍କଳ ଦଳ ୧୭.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଥିଲା। ଦେବାଶିଷ ସାମନ୍ତରାୟ ୩୯ ରନ୍‌ କରିଥିଲେ। କେ ମହୀପ କୁମାର ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ କାକିନାଡା ୧୫.୪ ଓଭରରେ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସିଏଚ୍‌ କ୍ରାନ୍ତି ୬୨ ରନ୍‌ କରିଥିଲେ। ପ୍ରତୀକ ଅନୁରାଗ ଦାସ ୨ ଓ୍ଵିକେଟ୍‌ ନେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଅଲ୍‌-ଫାଲା ବିଶ୍ୱବିଦ୍ୟାଳୟ ୭୩ ରନ୍‌ରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା। ଅଲ୍‌-ଫାଲାର ୧୯୦/୬ ଜବାବରେ ଆନ୍ଧ୍ର ୧୫.୫ ଓଭରରେ ୧୧୮ ରନ୍‌ କରିପାରିଥିଲା। ଅଲ୍‌-ଫାଲା ପକ୍ଷରୁ ଯସ୍‌ପାଲ୍‌ ଡାଗର ୭୫ ରନ୍‌ ଏବଂ ଫାଇଜାମ ଆଲାମ ୪ ଓ୍ଵିକେଟ୍‌ ନେଇଥିଲେ। ଆନ୍ଧ୍ର ପକ୍ଷରୁ ମହମ୍ମଦ ଅନଓ୍ଵାର ରାଜା ୨୬ ରନ୍‌ ଏବଂ ଏମ୍‌ ପ୍ରଣିତ ୩ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର