ଭୁବନେଶ୍ୱର : କପିଳପ୍ରସାଦ ଉଚ୍ଚ ବିଦ୍ୟାଳୟ (କେପିଏମଏସ୍) ପୁରାତନ ଛାତ୍ର ସଂସଦ ପକ୍ଷରୁ ରବିବାର ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପୂରାତନ ଛାତ୍ର ସଂସଦର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ସଦସ୍ୟମାନେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିସର ସଫା କରିବା ସହ ବିଦ୍ୟାଳୟର ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେହିଭଳି ସଂସଦର ଆଗାମୀ କାର୍ଯ୍ୟକ୍ରମ ନେଇ ମଧ୍ୟ ଏହୀ ଅବସରରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ୬୭ ନମ୍ବର ଓ୍ଵାର୍ଡର କର୍ପୋରେଟର ଦେବୀ ପ୍ରସାଦ ନନ୍ଦ, ପୂର୍ବତନ କର୍ପୋରେଟର ଖୋକନ ସାହୁ, ଆଇନଜୀବୀ ଦେବୀ ଦୀପ ଜ୍ୟୋତି ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।