କୁଚ୍‌ବେହାର ଟ୍ରଫି:ଓଡ଼ିଶା ନିରାଶ ତାମିଲନାଡ଼ୁ ୩୩୨/୧

କଟକ: ତାମିଲନାଡୁରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫିରେ ଓଡ଼ିଶା ବୋଲରମାନଙ୍କୁ ନିରାଶ ହେବାକୁ ପଡ଼ିଛି। ପ୍ରଥମ ଦିନ ୯ ବୋଲର ବୋଲିଂ କରିଥିଲେ ବି ତାମିଲନାଡୁ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ମାତ୍ର ଗୋଟିଏ ଓ୍ଵିକେଟ ବିନିମୟରେ ୩୩୨ ରନ୍‌ କରିନେଇଛି। ଏସ୍‌ ନିଧିଶ ରାଜଗୋପାଳ ୮୯ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ଆଦିତ୍ୟ ବରୁଆ ୧୭୬ ଓ ପ୍ରଦୋଶ ରଂଜନ ପଲ୍‌ ୬୩ ରନ୍‌ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ଶିଶିର କୁମାର ବେହେରା ଏକମାତ୍ର ଓ୍ଵିକେଟ୍‌ ନେଇଥିଲେ। ଓଡ଼ିଶା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର