ଓଡ଼ିଶା ୧୨୪, ଆନ୍ଧ୍ର ୬୯/୨

କୁଚ୍‌ବେହାର ଟ୍ରଫି

କଟକ: ଆନ୍ଧ୍ରପ୍ରଦେଶର ବିଜୟନଗରଠାରେ ସୋମବାରଠୁ ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫି ଆରମ୍ଭ ହୋଇଛି। ପ୍ରଥମ ଦିନ ଓଡ଼ିଶା ୧୨୪ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଛି। ଜବାବରେ ଆନ୍ଧ୍ର ପ୍ରଥମ ପାଳିରେ ୨ ଵିକେଟ୍‌ ବିନିମୟରେ ୬୯ ରନ୍‌ କରିଛି। ଆନ୍ଧ୍ର ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟି˚ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଓଡ଼ିଶା ୪୧ ରନ୍‌ରେ ପ୍ରଥମ ୫ ଜଣଙ୍କୁ ହରାଇ ସାରିଥିଲା। ମଧ୍ୟକ୍ରମରେ ଆୟୁଷ ନାୟକ (୩୨) ଓ ମାନସ ର˚ଜନ ନାୟକ (୪୦) କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ ବି ଏମାନଙ୍କ ଵିକେଟ୍‌ ଯିବା ପରେ ବ୍ୟାଟି˚କ୍ରମ ସମ୍ପୂର୍ଣ୍ଣରୂପେ ଭୂଶୁଡ଼ି ପଡ଼ିଥିଲା। ଘରୋଇ ଦଳର ବି ସନ୍ତୋଷ କୁମାର ଓ ନିତୀଶ କୁମାର ରେଡ୍ଡୀ ତିନିଟି ଲେଖାଏଁ ଵିକେଟ ପାଇଥିଲେ।

ସମ୍ବନ୍ଧିତ ଖବର