କୁଚ୍‌ ବେହାର ଟ୍ରଫି:ଓଡ଼ିଶା ୯୬ରେ ସୀମିତ

ବରଗଡ଼: ବିକାଶ ଗ୍ରାଉଣ୍ଡ୍‌ରେ ଚାଲିଥିବା କୁଚ୍‌ ବେହାର ଲିଗ୍‌ ଦ୍ୱିତୀୟ ଦିବସରେ ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଓଡ଼ିଶା ପ୍ରଥମ ପାଳିରେ ୩୫.୨ ଓଭର ଖେଳି ମାତ୍ର ୯୬ ରନ୍‌ରେ ସୀମିତ ହୋଇଛି। ବିନିତ ମହାନ୍ତି ଦଳ ପକ୍ଷରୁ ସର୍ବାଧିକ ୧୬ ରନ୍‌ କରିଥିବାବେଳେ ୭ଜଣ ଦୁଇ ଅଂକ ଛୁଇଁ ପାରିନଥିଲେ। ଝାଡ଼ଖଣ୍ଡର ସୁଶାନ୍ତ ମିଶ୍ର (୪/୨୪) ଏବଂ ଜୁନୈଦ ଅସ୍ରଫ (୩/୩୬) ସର୍ବାଧିକ କ୍ଷତି ପହଂଚାଇଥିଲେ। ପ୍ରଥମ ଦିନ ଅପରାଜିତ ଥିବା ଝାଡ଼ଖଣ୍ଡର ଶେଷ ଯୋଡ଼ି ଆଜି ଆହୁରି ୪୯ ରନ୍‌ ଯୋଡ଼ି ଦଳୀୟ ସ୍କୋର ୨୭୬ରେ ପହଞ୍ଚାଇଥିଲେ। ତେବେ ଓଡ଼ିଶାର ବ୍ୟାଟସ୍‌ମ୍ୟାନ୍‌ଙ୍କୁ ଝାଡ଼ଖଣ୍ଡର ଦ୍ରୁତ ବୋଲର ଘାଇଲା କରି ଦେଇଥିଲେ। ଓଡ଼ିଶାକୁ ଫଲୋଅନ୍‌ ନଦେଇ ଝାଡ଼ଖଣ୍ଡ ପୁଣି ବ୍ୟାଟିଂ କରିଥିଲା। ଦୁଇ ପ୍ରାରମ୍ଭିକ ଯୋଡ଼ି ଶୂନ୍‌ରେ ଆଉଟ୍‌ ହେବା ଦ୍ୱାରା ଦଳ ପ୍ରଥମ ଇନିଂସ ଭଳି ପୁଣି ସଂକଟରେ ପଡ଼ିଥିଲା। ହେଲେ ଅତୁଲ ସିଂ ସୁରଓ୍ଵାର (୫୭*) ଏବଂ ଆଦିତ୍ୟ ସିଂହ (୩୯*) ସ୍ଥିତି ସମ୍ଭାଳି ନେଇଥିଲେ। ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଦଳ ୧୦୩/୩ ରନ୍‌ କରି ୨୮୬ ରନ୍‌ର ଅଗ୍ରଣୀ ହାସଲ କରିଛି। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୨ଟି, ଶିବାଶିଷ ସାହୁ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର