କୁଲଦୀପ୍‌ ଦ୍ରୁତତମ ସ୍ପିନର୍‌

ସେଞ୍ଚୁରିଅନ୍‌: ରବିବାର ଦ୍ୱିତୀୟ ଦିନିକିଆରେ କେବଳ ୟୁଜବେନ୍ଦ୍ର ଚହଲ୍‌ (୫/୨୨) ନୁହଁନ୍ତି କୁଲଦୀପ ଯାଦବ (୩/୨୦) ମଧ୍ୟ ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ କରିଥିଲେ। ଡର୍ବାନ୍‌ରେ ସେ ପାଇଥିବା ୩/୩୫କୁ ହିଁ ପଛରେ ପକାଇଥିଲେ। ୧୬ ଦିନିକିଆ ଖେଳି ୨୮ ଓ୍ଵିକେଟ୍‌ ନେଇ କୁଲଦୀପ ମଧ୍ୟ ଖେଳ ଜୀବନର ଏହି ସୀମା ବେଳକୁ ତୃତୀୟ ସର୍ବାଧିକ ଓ୍ଵିକେଟ୍‌ ଦଖଲର ଶ୍ରେୟ ପାଇଛନ୍ତି। ୧୬ ମ୍ୟାଚ୍‌ ବେଳକୁ ଅଜିତ ଅଗରକର (୩୮) ଏବଂ ଇର୍‌ଫାନ୍‌ ପଠାନ୍‌ (୩୧) ଅଧିକ ଓ୍ଵିକେଟ୍‌ ପାଇଥିଲେ। କିନ୍ତୁ ସ୍ପିନରଙ୍କ ମଧ୍ୟରେ କୁଲଦୀପ ଦ୍ରୁତତମ ହୋଇଛନ୍ତି। ଅନ୍ୟପକ୍ଷରେ ୨୦୦୦ରୁ ଊର୍ଧ୍ୱ ରନ୍‌ ଭାଗୀଦାରି କରିବାରେ ଶିଖର ଧାଓ୍ଵନ ଏବଂ ବିରାଟ କୋହଲି ଦେଶର ୧୭ତମ ଯୋଡ଼ି ହୋଇଛନ୍ତି। କିନ୍ତୁ ଏମାନଙ୍କ ହାରାହାରି (୫୯.୫୧) କୋହଲି-ଗମ୍ଭୀର (୬୦.୬୦) ଓ କୋହଲି୦-ରୋହିତ (୫୯.୮୭) ପରେ ତୃତୀୟ ଶ୍ରେଷ୍ଠ ହୋଇଛି। ସେହିଭଳି ମାତ୍ର ୨ ଦିନିକିଆ ପରେ ଅଧିନାୟକ ହୋଇଥିବା ଐଦେନ ମର୍କରାମ କ୍ଲାଇବ୍‌ ରାଇସ୍‌ଙ୍କୁ ପଛକୁ ଦ୍ୱିତୀୟରେ ରହିଲେ। ୧୯୯୧ରେ ରାଇସ୍‌ ଦକ୍ଷିଣ ଆଫ୍ରିକାର ପ୍ରଥମ ଦିନିକିଆରେ ହିଁ ପଦାର୍ପଣରେ ଅଧିନାୟକତ୍ୱ କରିଥିଲେ। ୨୩ ବର୍ଷ ୧୨୩ ଦିନରେ ମର୍କରାମ ଦ୍ୱିତୀୟ ସର୍ବକନିଷ୍ଠ ଭାବେ ନେତୃତ୍ୱ ନେଲେ। ଗ୍ରେମ୍‌ ସ୍ମିଥ୍‌ ୨୨ ବର୍ଷ ୭୧ ଦିନରେ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର