ଲର୍ଡସ୍‌ ଟେଷ୍ଟରେ କୁଲଦୀପଙ୍କୁ ଚୟନ କରିବା ନିଷ୍ପତ୍ତି ଭୁଲ ଥିଲା: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି, ଇଂଲଣ୍ଡ ବିରୋଧରେ ଲର୍ଡସ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨ୟ ଟେଷ୍ଟରେ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ଭୁଲ ନିଷ୍ପତ୍ତି ଥିଲା। କୁଲଦୀପଙ୍କୁ ୨ୟ ଟେଷ୍ଟ ମ୍ୟାଚ୍‌ରେ ସାମିଲ କରାଯିବା ନେଇ ପ୍ରଶ୍ନ ପଚରାଯିବାରୁ ସେ କହିଛନ୍ତି, ‘ସ୍ପଷ୍ଟ ଭାବରେ ଯଦି ଦେଖାଯିବ, ତା’ ହେଲେ ଏହା ଭୁଲ ନିଷ୍ପତ୍ତି ଥିଲା।’ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଚୂଡ଼ାନ୍ତ ଏକାଦଶରେ ଜଣେ ଦ୍ରୁତ ବୋଲରଙ୍କୁ ସାମିଲ କରିଥିଲୁ। ଆମର ଭାବନା ଥିଲା ଯେ, ଜଣେ ଦ୍ରୁତ ବୋଲରଙ୍କୁ ଖେଳାଯିବା ପରେ ନିଶ୍ଚିତ ଭାବରେ ଟିମ୍‌ ପାଇଁ ସହାୟକ ମିଳିବ ବୋଲି ଶାସ୍ତ୍ରୀ କହିଛନ୍ତି।

ମୁଖ୍ୟ କୋଚ ଶାସ୍ତ୍ରୀ କହିଛନ୍ତି, ଆପଣ ଯଦି ଦେଖିବେ ବର୍ଷା ବିଷୟରେ ପୂର୍ବାନୁମାନ କରାଯାଇ ପାରିବ ନାହିଁ। କୁଲଦୀପଙ୍କୁ ଆମର ଆବଶ୍ୟକତା ଥିଲା କିନ୍ତୁ ୨ୟ ଟେଷ୍ଟ ମ୍ୟାଚର ପରିସ୍ଥିତିକୁ ଦେଖିଲେ ଦ୍ରୁତ ବୋଲର ବିକଳ୍ପ ଥିଲା।

ଶାସ୍ତ୍ରୀ କହିଛନ୍ତି, ଚଳିତ ଶୃଙ୍ଖଳାରେ ପରିସ୍ଥିତି ଅଡୁଆ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଆପଣଙ୍କୁ ପ୍ରଭାବ ଓ ଅନୁଶାସନ ଦେଖାଇବାକୁ ସୁଯୋଗ ମିଳିଥାଏ। ଆପଣଙ୍କୁ ଧୈର୍ଯ୍ୟ ଦେଖିବାକୁ ପ୍ରସ୍ତୁତ ରହିବାକୁ ହେବ।

ସମ୍ବନ୍ଧିତ ଖବର