ଅଶ୍ୱିନ-ଜାଦେଜାଙ୍କୁ ଆମେ ବାହାର କରି ନାହୁଁ: କୁଲଦୀପ ଯାଦବ

ନାଗପୁର: ଭାରତୀୟ ଯୁବ କ୍ରିକେଟର ତଥା ଚାଇନାମ୍ୟାନ୍‌ କୁଲଦୀପ ଯାଦବ କହିଛନ୍ତି, ଆମେ କୌଣସି ଖେଳାଳିଙ୍କୁ ଟିମ୍‌ରୁ ବାହାର କରି ନାହୁଁ। ମାତ୍ର ସେ କହିଛନ୍ତି ଟିମ୍‌ରେ ସୁଯୋଗ ମିଳିଥିବାରୁ ଏଥିରୁ ଲାଭ ଉଠାଇଛି। କୁଲଦୀପଙ୍କୁ ପଚରାଯାଇଥିଲା ଯେ, କ’ଣ ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କର ପ୍ରଦର୍ଶନ ଯୋଗୁଁ ଦିନିକିଆ ଟିମ୍‌ରେ ଅଭିଜ୍ଞତା ସମ୍ପନ୍ନ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ କରାଯାଇ ନାହିଁ।
କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ଯୋଗୁଁ ତାଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଛି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଟିମ୍‌ରେ ସାମିଲ କରାଯାଇ ନଥିବା ବେଳେ ରବୀନ୍ଦ୍ର ଜାଦେଜାଙ୍କୁ ୩ୟ ବିଶେଷଜ୍ଞ ସ୍ପିନର ଭାବେ ଭାରତୀୟ ଟିମ୍‌ରେ ସାମିଲ କରାଯାଇଛି।
କୁଲଦୀପ କହିଛନ୍ତି, ନାଁ, ନାଁ ଏମିତି ନୁହେଁ। ଆମେ କୌଣସି ଖେଳାଳିଙ୍କୁ ବାହାର କରିନାହୁଁ। କେବଳ ଏତିକି କୁହାଯାଇ ପାରିବ ଯେ, ଆମକୁ ସୁଯୋଗ ମିଳିଛି ଏବଂ ଆମେ ଭଲ ପ୍ରଦର୍ଶନ କରିଛୁ। ରବିଚନ୍ଦ୍ରନ ଏବଂ ଜାଦେଜା ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଟେଷ୍ଟ ମ୍ୟାଚ୍‌ରେ ଅଶ୍ୱିନ ଏବଂ ଜାଦେଜା ଏବେ ବି ଖେଳୁଛନ୍ତି।

ସମ୍ବନ୍ଧିତ ଖବର