ଲଲିତ ପାଳିଲେ ଜନ୍ମ ଦିବସ

ଭାରତୀୟ ହକି ଦଳର ଯୁବ ଅଗ୍ରଭାଗ ଖେଳାଳି ଲଲିତ ଉପାଧ୍ୟାୟଙ୍କୁ ଶନିବାର ୨୫ ଚାଲିଲା। ୧୯୯୩ ଡିସେମ୍ବର ପହିଲାରେ ଜନ୍ମ ଗ୍ରହଣ କରିଥିବା ଲଲିତ ନିଜର ଏହି ଜନ୍ମ ଦିବସକୁ ସାଥୀ ଖେଳାଳିଙ୍କ ସହ ପାଳନ କରିଥିଲେ। ବିଶ୍ବକପ୍ ଭିତରେ ତାଙ୍କର ଏହି ଜନ୍ମ ଦିବସଟି ସ୍ମରଣୀୟ ହୋଇ ଯାଇଛି। ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୧୬ଟି ଯାକ ଦଳର ଖେଳାଳିଙ୍କ ସହ ହକି ଇଣ୍ଡିଆ ତାଙ୍କୁ ଏଥିଲାଗି ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଉତ୍ତର ପ୍ରଦେଶର ବାରାଣାସୀରୁ ଆସି ଭାରତୀୟ ଦଳର ନିୟମିତ ସଦସ୍ୟ ହେବା ପଛରେ ଲଲିତଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ରହିଛି। ଜୀବନର ପ୍ରଥମ ବିଶ୍ବକପ୍ ଖେଳୁଥିବା ଲଲିତ ୨୦୧୭ ଢାକା ଏସିଆ କପ୍‌ରେ ସ୍ବର୍ଣ୍ଣ ପଦକ ଏବଂ ଚଳିତ ବର୍ଷର ବ୍ରେଡା ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ପାଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ମଧ୍ୟ କଳିଙ୍ଗ ଲାନ୍‌ସର୍ସ ପକ୍ଷରୁ ହକି ଇଣ୍ଡିଆ ଲିଗ୍ ଖେଳିଥିଲେ। ଏଣୁ ଭୁବନେଶ୍ବର ହକି ପ୍ରଶଂସକଙ୍କ ମଧ୍ୟରେ ସେ ବେଶ୍ ଲୋକପ୍ରିୟ।

ସମ୍ବନ୍ଧିତ ଖବର