ସବୁ ହାରି ବି ସୁଯୋଗ

ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲର ଜବରଦସ୍ତ ଆରମ୍ଭ ହୋଇଥିଲା। ହେଲେ ସମୟ ଗଢ଼ିବା ସହ ଖେଳାଳିଙ୍କ ଉତ୍ସାହ ଧିରେ ଧିରେ କମିବା ଭଳି ମନେ ହେଉଛି। ଦର୍ଶକ ପୂରା ସମର୍ଥନ ଦେଉଥିଲେ ମଧ୍ୟ ଖେଳାଳିମାନେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଉନଥିଲା ଭଳି ଲାଗୁଛନ୍ତି। ଏହାର କାରଣ ହେଉଛି ଏହି ପ୍ରତିଯୋଗିତାର ଫର୍ମାଟ୍‌ ବା ପଦ୍ଧତି। ପ୍ରତିଯୋଗିତାରେ ମୋଟ ୮ ଦଳ ଅଂଶ ଗ୍ରହଣ କରୁଛନ୍ତି। ସେଥିପାଇଁ ସମସ୍ତ ୮ ଦଳ କ୍ୱାର୍ଟର ଫାଇନାଲ୍‌ ଖେଳିବା ଏକ ପ୍ରକାର ନିଶ୍ଚିତ। ଏପରିକି ଲିଗ୍‌ ପର୍ଯ୍ୟାୟର ସବୁ ମ୍ୟାଚ୍‌ ହାରିଲେ ମଧ୍ୟ ସବୁ ଦଳ ପାଖରେ କ୍ୱାର୍ଟର, ସେମି ଏବଂ ଫାଇନାଲରେ ଭଲ କରି ବିଜେତା ହେବାର ସୁଯୋଗ ରହିଛି। ଏଣୁ ଲିଗ୍‌ ପର୍ଯ୍ୟାୟରେ ଦଳଗୁଡ଼ିକ ପରସ୍ପରର ଶକ୍ତିକୁ ତଉଲୁଥିଲା ବେଳେ ନିଜର ସବୁ ଶକ୍ତି ନକଆଉଟ୍‌ ପର୍ଯ୍ୟାୟ ଲାଗି ସାଇତି ରଖୁଛନ୍ତି। କଳିଙ୍ଗ ଷ୍ଟାଡିୟମରେ ୨୦୧୪ରେ ଖେଳା ଯାଇଥିବା ହକି ଚାମ୍ପିଅନ୍ସ ଟ୍ରଫିର ୩୫ତମ ସଂସ୍କରଣରେ ବି ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ସେହି ପ୍ରତିଯୋଗିତାର ପୁଲ୍‌-ଏରେ ସ୍ଥାନ ପାଇଥିବା ପାକସ୍ତାନ ଲିଗ୍‌ ପର୍ଯ୍ୟାର ତିନିଟି ଯାକ ମ୍ୟାଚ୍‌ ହାରିଥିଲା। ହେଲେ କ୍ୱାର୍ଟରରେ ନେଦରଲାଣ୍ଡ ଏବଂ ସେମିରେ ଭାରତକୁ ହରାଇ ଫାଇନାଲ୍‌ ଯାଇଥିଲା। ଫାଇନାଲରେ ଅବଶ୍ୟ ଜର୍ମାନିଠାରୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା।

ସମ୍ବନ୍ଧିତ ଖବର