୨୯ ବର୍ଷ ବୟସରେ ପଦାର୍ପଣ କଲେ ଟିମ୍‌ ଇଣ୍ଡିଆର ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ, ଶୁଭେଚ୍ଛା ଜଣାଇଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଷ୍ଟାର ଯୁବ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ମଙ୍ଗଳବାର ନିଜର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସେ ନିଜର ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ଚହଲଙ୍କୁ ୱେଷ୍ଟଇଣ୍ଡିଜ ଗସ୍ତରେ ଟି-୨୦ କ୍ରିକେଟରୁ ବିଶ୍ରାମ ଦେଇଛି କିନ୍ତୁ ଦିନିକିଆ ଟିମ୍‌ରେ ସେ ସ୍ଥାନ ପାଇଛନ୍ତି। ଏହି ଯୁବ ଖେଳାଳି ଟେଷ୍ଟ ମ୍ୟାଚ୍‌ କ୍ୟାରିୟର ଆରମ୍ଭ କରିବାକୁ ଏବେ ବି ସୁଯୋଗକୁ ଅପେକ୍ଷା କରିଛନ୍ତି। ସେ ଆଶା କରିଛନ୍ତି ଯେ, ଖୁବ୍‌ ଶୀଘ୍ର ତାଙ୍କୁ ଏହି ସୁଯୋଗ ମିଳିବ।

ଜନ୍ମଦିନ ଅବସରରେ ଚହଲଙ୍କୁ ପୂର୍ବତନ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ବୀରେନ୍ଦ୍ର ସେହେଓ୍ଵାଗ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟରରେ ସେହେଓ୍ଵାଗ ସ୍ୱତନ୍ତ୍ର ଶୈଳୀରେ ଶୁଭକାମନା ଜଣାଇଛନ୍ତି। ସେହେଓ୍ଵାଗ ଏକ ଫଟୋ ସେୟାର କରିଛି। ଏହି ଫଟୋ ନିକଟରେ ଶେଷ ହୋଇଥିବା ବିଶ୍ୱକପର, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବୀରୁ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ହାପି ବାର୍ଥ ଡେ ଚହଲ।

ଚହଲଙ୍କୁ ସୁରେଶ ରାଇନା, ରୋହିତ ଶର୍ମା, ଶିଖର ଧାଓ୍ଵନ, କୁଲଦୀପ ଯାଦବ, ଚେତେଶ୍ୱର ପୂଜାରା, ଆଇସିସି, କ୍ରିକେଟ ଓ୍ଵାଲ୍ଡକପ୨୦୧୯ ଟୁଇଟର ଆକାଉଣ୍ଟ ଓ ବିସିସଆଇ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।

ସମ୍ବନ୍ଧିତ ଖବର