ଭୁବନେଶ୍ବର: ଭୁବନେଶ୍ବର ବାସ୍କେଟବଲ୍ ସଂଘ (ବିବିଏ) ଆନୁକୂଲ୍ୟରେ ୟୁନିଟ୍-୧ ବାସ୍କେଟ୍ବଲ୍ କମ୍ପ୍ଲେକ୍ସଠାରେ ଚାଲିଥିବା ପଞ୍ଚମ ଲିମ୍କା ସ୍ମାରକୀ ବାସ୍କେଟ୍ବଲ୍ ପ୍ରତିଯୋଗିତାରର ପୁରୁଷ ବିଭାଗରେ କଟକର ଓଡ଼ିଶା ଷ୍ଟୁଡେଣ୍ଟସ୍ କ୍ଲବ୍ (ଓଏସ୍ସି) ଏବଂ ମହିଳା ବିଭାଗରେ ବିଏଏ ବିଜେତା ମୁକୁଟ ହାସଲ କରିଛନ୍ତି। ପୁରୁଷ ଫାଇନାଲରେ ଓଏସସି ୯୩-୬୮ରେ ଭୁବନେଶ୍ବର ଦୌଡ଼କୁଦ ସଂଘ (ବିଏଏ)କୁ ପରାସ୍ତ କରିଥିଲା। କଟକ ଦଳ ପକ୍ଷରୁ ଶ୍ରୀକାନ୍ତ ଜେନା ୩୩, ସୁରେଶ ଦାସ ୨୬ ପଏଣ୍ଟ୍ ଏବଂ ବିଏଏ ପକ୍ଷରୁ ରୁଦ୍ରକାନ୍ତ ସାହୁ ୨୯ ପଏଣ୍ଟ୍ ସ୍କୋର୍ କରିଥିଲେ। ମହିଳା ବିଭାଗ ଫାଇନାଲରେ ବିଏଏ ୪୫-୩୮ରେ ଭୁବନେଶ୍ବର ବାସ୍କେଟବଲ୍ ସଂଘ (ବିବିଏ)କୁ ପରାସ୍ତ କରିଥିଲା। ଉଦ୍ଯାପନୀ ଉତ୍ସବରେ ବିବିଏ ସଭାପତି ମକବୁଲ୍ ଅଲୀ, ଓବିଏ ସମ୍ପାଦକ ଜ୍ଞାନରଂଜନ ପରିଡ଼ା, ବିଏଏ ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ଭଲିବଲ୍ ପ୍ରଶିକ୍ଷକ ଅମିୟ ମିଶ୍ର, ଓବିଏ ଉପ ସଭାପତି ଅମିୟ ମହାପାତ୍ର, ବରିଷ୍ଠ ପ୍ରଶିକ୍ଷକ ରାଜେନ୍ଦ୍ର ପାଣି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ବିବିଏ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଲିମ୍କା ସ୍ମାରକୀ ବାସ୍କେଟ୍ବଲ୍: ବିଏଏ, ଓଏସ୍ସି ବିଜେତା
/sambad/media/post_attachments/wp-content/uploads/2019/12/56f4h54fh564fdh564dfh56fd4h65f4hsdf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)