ଲିଟିଲ ଷ୍ଟାର୍‌ସ କ୍ରିକେଟ୍‌: ସହିଦ ସ୍ପୋର୍ଟିଂ ବିଜେତା

ଭୁବନେଶ୍ବର: ସହିଦ ସ୍ପୋର୍ଟିଂ ଲିଟିଲ ଷ୍ଟାର୍‌ସ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ପ୍ରଗତି ସ୍ପୋର୍ଟିଂ ଆନୁକୁଲ୍ୟରେ ଆୟୋଜିତ ଏହି ୧୬ ବର୍ଷରୁ କମ୍‌ ପ୍ରତିଯୋଗିତାର ଶୁକ୍ରବାର ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ୮ ୱିକେଟ୍‌ରେ ଆୟୋଜକ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରି ଟ୍ରଫି କରାୟତ କରିଛି। ଅମନ ଦାସ (୫୪)ଙ୍କ ଅର୍ଧଶତକ ବଳରେ ପ୍ରଗତି ସ୍ପୋର୍ଟିଂ ନିର୍ଧାରିତ ୪୦ ଓଭରରେ ୮ ୱିକେଟ୍‌ ହରାଇ କରିଥିଲା ୧୨୭ ରନ୍‌। ସହିଦ ସ୍ପୋର୍ଟିଂ ପକ୍ଷରୁ ଶାଶ୍ବତ ରାଉତ ଓ ଦେବଜ୍ୟୋତି ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ଶାଶ୍ବତ ରାଉତ (୮୪)ଙ୍କ ଅର୍ଧଶତକ ବଳରେ ୩୩ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ପ୍ରଗତି ପକ୍ଷରୁ ସୌମ୍ୟରଞ୍ଜନ ଓ ରୁଦ୍ରାଂଶୁ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଶାଶ୍ବତଙ୍କୁ ଉଭୟ ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର