ଲିଟିଲ୍‌ ଷ୍ଟାର୍‌ସ୍‌ କ୍ରିକେଟ୍‌ ଲିଗ୍‌ ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ବର: ପ୍ରଗତି ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ବର ଲିଟିଲ ଷ୍ଟାର୍ସ କ୍ରିକେଟ୍‌ ଲିଗ୍‌ର ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ପ୍ରବେଶ କରିଛି। ବୁଧବାର ସେମିଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ୨୮ ରନ୍‌ରେ ଓସ୍କାର ସ୍ପୋର୍ଟିଂକୁ ପରାସ୍ତ କରିଛି। ସହିଦ ସ୍ପୋର୍ଟିଂ ନିର୍ଧାରିତ ୪୦ ଓଭରରେ ୩ ୱିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ଦେବଜ୍ୟୋତି ଦାସ ପଟ୍ଟନାୟକ (୫୦) ଅର୍ଧଶତକ ହାସଲ କରିଥିଲା ବେଳେ ରୁଦ୍ର ପ୍ରସାଦ ମଲ୍ଲିକ ୪୧ ରନ୍‌ର ଯୋଗଦାନ କରିଥିଲେ। ଜବାବରେ ଓସ୍କାର ସମସ୍ତ ୱି‌କେଟ୍‌ ହରାଇ ୧୨୧ ରନ୍‌ କରିପାରିଥିଲା। ସହିଦ ସ୍ପୋର୍ଟିଂ ପକ୍ଷରୁ ଶାଶ୍ବତ ରାଉତ ୫ ୱିକେଟ୍‌ ନେଇଥିଲେ। ଦେବଜ୍ୟୋତି ପଟ୍ଟନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍‌ ଗ୍ରିନ୍ସ କ୍ରିକେଟ୍‌ ଏକା‌ଡେମି ଏବଂ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର