ଲିଟିଲ୍‌ ଷ୍ଟାର୍ସ କ୍ରିକେଟ୍‌ ଲିଗ୍‌:ସେମିରେ ସହିଦ-ଓସ୍କାର, ଗ୍ରିନ୍‌ସ-ପ୍ରଗତି

ଭୁବନେଶ୍ବର: ପ୍ରଗତି ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ବର ଲିଟିଲ ଷ୍ଟାର୍ସ କ୍ରିକେଟ୍‌ ଲିଗ୍‌ର ସେମିଫାଇନାଲ୍‌ ଦଳ ଚୂଡ଼ାନ୍ତ ହୋଇଯାଇଛି। ସେମିଫାଇନାଲ୍‌ରେ ବୁଧବାର ସହିଦ ସ୍ପୋର୍ଟିଂ-ଓସ୍କାର ସ୍ପୋର୍ଟିଂ ଏବଂ ଗୁରୁବାର ଗ୍ରିନ୍‌ସ କ୍ରିକେଟ୍‌ ଏକାଡେମି-ପ୍ରଗତି ସ୍ପୋର୍ଟିଂ ମୁହାଁମୁହିଁ ହେବେ। ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ରାମେଶ୍ବର ସ୍ପୋର୍ଟିଂ ୩ ୱିକେଟ୍‌ରେ ଜାଗୃତି କ୍ଲବ୍‌କୁ ପରାସ୍ତ କରିଥିଲା। ଜାଗୃତି ୨୨.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୫୯ ରନ୍‌ କରିଥିଲା। ରାମେଶ୍ବର ପକ୍ଷରୁ ଶୁଭ୍ରଜିତ୍‌ ମିଶ୍ର ଓ କୁଲ୍‌ଦୀପ୍‌ ଦାସଅଧିକାରୀ ୩ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ରାମେଶ୍ବର ୩୬.୩ ଓଭରରେ ୭ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଶୁଭ୍ରଜିତ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର