ଲିଭରପୁଲ ସହ ସଲାହଙ୍କ ଲମ୍ବା ଚୁକ୍ତି

ଲଣ୍ଡନ: ମସ୍କୋ ବିଶ୍ୱକପ୍‌ର ପ୍ରଥମ ପର୍ଯ୍ୟୟ ବିଦାୟକୁ ଭୁଲି ଆଗକୁ ବଢ଼ିଛନ୍ତି ଇଜିପ୍ଟ ଅଗ୍ରଭାଗ ଖେଳାଳି ମହମ୍ମଦ ସଲାହ। ଇଂଲଣ୍ଡର ପ୍ରତିଷ୍ଠିତ କ୍ଲବ୍‌ ଲିଭରପୁଲ ସହ ସେ ସୋମବାର ଏକ ସାନି ଚୁକ୍ତି ସ୍ୱାକ୍ଷର କରିଛନ୍ତି। କେତୋଟି ଋତୁ ପାଇଁ ଉଭୟ ପକ୍ଷ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି ତାର କୌଣସି ସ୍ପଷ୍ଟ ସୂଚନା କିନ୍ତୁ ମିଳି ନାହିଁ। ଲିଭରପୁଲ ପକ୍ଷରୁ ଖେଳିଥିବା ପ୍ରଥମ ଋତୁରେ ସଲାହ ୪୪ ଗୋଲ୍‌ ଦେଇ ଚହଳ ସୃଷ୍ଟି କରିଥିଲେ। ସେ ପିଏଫ୍‌ଏ ଏବଂ ଫୁଟବଲ୍‌ ଲେଖକ ପକ୍ଷରୁ ବର୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର