ବିଶ୍ୱକପ୍‌: ରେହିତଙ୍କ ପରେ ରାହୁଲଙ୍କ ଶତକ

ଲିଡସ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ରେ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ପରେ ସାଥୀ ଖେଳାଳି ଲୋକେଶ ରାହୁଲ ଶନିବାର ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଛନ୍ତି। ଲୋକେଶ ବିଶ୍ୱକପରେ ପ୍ରଥମ ଶତକ ହାସଲ କରିଥିବା ବେଳେ କ୍ୟାରିୟରରେ ୨ୟ ଶତକ ହାସଲ କରିଛନ୍ତି। ଶତକ ହାସଲ କରିବା ପାଇଁ ରାହୁଲଙ୍କୁ ୧୦୯ଟି ବଲ ଖେଳିବାକୁ ପଡ଼ିଛି। ଏଥିରେ ୯ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି।

ପୂର୍ବରୁ ରୋହିତ ଶର୍ମା ଆଜି ଚଳିତ ବିଶ୍ୱକପ୍‌ରେ ୫ମ ଶତକ ହାସଲ କରିଛନ୍ତି। ରୋହିତ ୯୨ ଟି ବଲ ଖେଳି ଏହି ଶତକ (୧୦୨ ରନ୍‌) ହାସଲ କରିଛନ୍ତି। ଏଥିରେ ୧୪ଟି ଚୌକା ଓ ୨ଟି ଛକା ସାମିଲ ଅଛି। ଲିଡସ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିବା ପୂର୍ବରୁ ରୋହିତ ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ଶତକ ମାରିଥିଲେ।

ଚଳିତ ବିଶ୍ୱକପ୍‌ରେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୪୪ଟ ବଲ ଖେଳି ୧୨୨ ରନ୍‌ କରିଥିଲେ। ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ରୋହିତ ପାକିସ୍ତାନ ବିପକ୍ଷରେ ୧୧୩ଟି ବଲ ଖେଳି ୧୪୦ ରନ୍‌ କରିଥିଲେ। ପାକିସ୍ତାନକୁ ଭାରତ ଏହି ମ୍ୟାଚରେ ପରାସ୍ତ କରିଥିଲା। ସେହିପରି ଇଂଲଣ୍ଡ ବିପକ୍ଷରେ ରୋହିତ ଶର୍ମା ୧୦୯ଟି ବଲ ଖେଲି ୧୦୨ ରନ୍‌ କରିଥିଲେ। ଇଂଲଣ୍ଡ ଠାରୁ ଭାରତ ପରାସ୍ତ ହୋଇଥିଲା। ବାଂଲାଦେଶ ବିପକ୍ଷରେ ଭାରତ ବିଜୟୀ ହୋଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା। ଏହି ମ୍ୟାଚ୍‌ରେ ରୋହିତ ୯୨ଟି ବଲ ଖେଳି ୧୦୪ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର