ମଦନପୁର କପ୍‌ ଫୁଟ୍‌ବଲ୍‌: ଗୀତା ଏଫସି ୩-୧ରେ ନବଜ୍ୟୋତିକୁ ହରାଇଲା

ଭୁବନେଶ୍ୱର: ମଦନପୁର ଫୁଟବଲ୍‌ ଲିଗ୍‌ର ଦ୍ୱିତୀୟ ଦିନରେ ଗୀତା ଏଫ୍‌ସି ୩-୧ ଗୋଲ୍‌ରେ ନବଜ୍ୟୋତି କ୍ଲବ୍‌କୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଶଶାଙ୍କ ସିଂହ (୧୧ ମିନିଟ୍‌), ଅର୍ଜୁନ ସିଂହ (୧୭) ଓ ଅମନ କୁମାର (୩୧) ଗୋଲ୍‌ କରିଥିଲେ। ନବଜ୍ୟୋତି ପକ୍ଷରୁ ଏକମାତ୍ର ଗୋଲ୍‌ ଆଶିଷ ଛୁଆଳସିଂହ (୪୪) ଦେଇଥିଲେ। ମଙ୍ଗଳବାର ମୁକାବିଲାରେ ରାଡାର-ଏଜି କ୍ଲବ୍‌ ଏବଂ ମହାବୀର କ୍ଲବ୍‌ ଓ ନାଇଜର ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବତନ ବିଜେପି ଜିଲ୍ଲା ଅଧ୍ୟକ୍ଷ ସନ୍ତୋଷ କୁମାର ଜେନା ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚୟ ହୋଇଥିଲେ। ଶ୍ରୀକୃଷ୍ଣ ପଟ୍ଟନାୟକ, ରାଜେଶ ନାୟକ ଏବଂ ରବିନାରାୟଣ ରଣା ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର