ମଦିନାରେ ସୋଏବ-ସାନିଆ

0 177

ନୂଆଦିଲ୍ଲୀ: ପ୍ରଥମ ସନ୍ତାନର ପ୍ରସବ ପୂର୍ବରୁ ତୀର୍ଥଯାତ୍ରାରେ ଯାଇଥିବା ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କୁ ପତି ସୋଏବ ମଲ୍ଲିକଙ୍କ ସାଥ୍‌ ମିଳିଛି। ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୋଏବ ମୁସଲମାନଙ୍କ ପବିତ୍ର ଧର୍ମପୀଠ ମଦିନାରେ ସାନିଆଙ୍କ ସହ ଯୋଗ ଦେଇଛନ୍ତି। ଉଭୟ ମଦିନାର ବିଭିନ୍ନ ଧାର୍ମିକ ସ୍ଥାନ ବୁଲୁଥିବା ଦେଖିବାକୁ ମିଳିଛି। ସାନିଆ ପ୍ରଥମେ ପିତା ଇମ୍ରାନ, ମା’ ନସିମା ଏବଂ ଭଉଣୀ ଆନମଙ୍କ ସହ ମଦିନାର ବିଭିନ୍ନ ପବିତ୍ର ସ୍ଥଳ ବୁଲିଥିଲେ। ଏହା ପରେ ସୋଏବଙ୍କ ସହ ପୁନର୍ବାର ଏସବୁ ସ୍ଥାନ ବୁଲି ଆଲ୍ଲାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ୩୧ ବର୍ଷୀୟ ସାନିଆ ଏବଂ ୩୬ ବର୍ଷୀୟ ସୋଏବ ଆସନ୍ତା ଅକ୍ଟୋବରରେ ମାତା-ପିତା ହେବେ ବୋଲି ଡାକ୍ତରମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.