ମହାବୀର କପ୍‌ ଫାଇନାଲରେ ରାଇଜିଂ

ସୋର: ବାଲେଶ୍ୱର ଜିଲ୍ଲା ବାଗୁଡ଼ି କ୍ରିକେଟ ପଡ଼ିଆଠାରେ ଚାଲିଥିବା ୧୯ତମ ସର୍ବଭାରତୀୟ ମହାବୀର କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ ସେମିଫାଇନାଲରେ ସିଲିପଏଣ୍ଟକୁ ହରାଇ ରାଇଜିଂ ଷ୍ଟୁଡେଣ୍ଟ କଟକ ଫାଇନାଲରେ ପ୍ରବେଶ କରିଛି। ସିଲିପଏଣ୍ଟ ଟସ୍‌ ଜିଣି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୫ ଓଭର ମଧ୍ୟରୁ ୨୪.୧ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ରାଇଜିଂ ଷ୍ଟୁଡେଣ୍ଟ ବ୍ୟାଟିଂ ଆରମ୍ଭ କରି ୨୧.୧ ଉଭରରେ ୫ ଉଇକେଟ୍‌ ହରାଇ ୧୧୯ ରନ୍‌ କରି ବିଜୟ ହାସଲ କରିଥିଲା। ବିଜୟୀ ରାଇଜିଂ ଷ୍ଟୁଡେଣ୍ଟ ଦଳ ତରଫରୁ ଶେଷଦୀପ ପାତ୍ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ। ଆସନ୍ତାକାଲି ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ କଟକ ସହିତ ଇଷ୍ଟକୋଷ୍ଟ ରେଲୱେ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର