ଦିନିକିଆ ମ୍ୟାଚ୍‌ରେ ୭୫୦ରୁ ଅଧିକ ଚୌକା ମାରିବାରେ ଧୋନି ହେଲେ ସପ୍ତମ ଭାରତୀୟ

ନୂଆଦିଲ୍ଲୀ:  ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତ ବିଜୟୀ .ହେବା ସହ ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନି ନିଜ ନାମରେ ଏକ ନୂଆ ରେକର୍ଡ  କରିଛନ୍ତି। ଗତକାଲି ପୁନେଠାରେ ଖେଳାଯାଇଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ଏକ ଦିବସୀୟ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଧୋନି କେବଳ ୧୮ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୩ଟି ଚୌକା ଲଗାଇଥିଲେ। ଏହି ତିନିଟି ଚୌକା ସହ ଧୋନି ବନିଗଲେ ଏକ ଦିବସୀୟ ଅନ୍ତର୍ଜାତୀୟରେ ୭୫୦ଟିରୁ ଅଧିକ ଚୌକା ମାରିଥିବା ସପ୍ତମ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ । ଗତକାଲିର ଚୌକାକୁ ମିଶାଇଲେ ଧୋନିଙ୍କ ଖାତାରେ ଏଯାବତ ରହିଛି ସମୁଦାୟ ୭୫୨ଟି ଚୌକା।

ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ ଧୋନି ସମୁଦାୟ ୨୧ଟି ବଲ୍‌ ଖେଳି ୧୮ରନ୍‌ ସଂଗ୍ରହ କରିଥିଲେ। ଏହି ୧୮ ରନ୍‌ରେ ୩ଟି ଚୌକା ସାମିଲ ଥିଲା। ତେବେ ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚରେ ସର୍ବାଧିକ ଚୌକା ମାରିବା ରେକର୍ଡ ରହିଛି ମାଣ୍ଟରବ୍ଲାଷ୍ଟର ସଚ୍ଚିନ୍‌ ତେନ୍ଦୁଲକରଙ୍କ ନାମରେ। ସଚ୍ଚିନ୍‌ ୨୦୧୬ଟି ଏକ ଦିବସୀୟ ଚୌକା ମାରିଛନ୍ତି, ଯାହାକି ଏକ ବିଶ୍ୱ ରେକର୍ଡ ମଧ୍ୟ।

ଅନ୍ୟପକ୍ଷରେ କ୍ୟାପଟେନ୍‌ କୁଲଭାବେ ପରିଚିତ ଧୋନି ୩୦୮ଟି ଏକ ଦିବସୀୟ ମ୍ୟାଚ ଖେଳି ସେଥିମଧ୍ୟରୁ ୨୬୫ଟି ଇନିଂସରୁ ୯୮୦୧ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୧୦ଟି ଶତକ ଏବଂ ୬୬ଟି ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ । ଧୋନିଙ୍କ ଷ୍ଟ୍ରାଇକ୍‌ ରେଟ ରହିଛି ୮୮.୪୬।

ସମ୍ବନ୍ଧିତ ଖବର