କଂଗ୍ରେସ କରିଥିବା ଭାରତ ବନ୍ଦରେ ସାମିଲ ଥିଲେ କି ଧୋନି? ଏହି ଫଟୋକୁ ନେଇ ଏବେ ଆରମ୍ଭ ହୋଇଥିବା ଚର୍ଚ୍ଚା ପଛର ସତ୍ୟତା କ’ଣ ଜାଣନ୍ତୁ
ନୂଆଦିଲ୍ଲୀ : ଦେଶରେ ତୈଳ ଦର ବୃଦ୍ଧିକୁ ବିରୋଧ କରି ସେପ୍ଟେମ୍ବର ୧୦ ସୋମବାର ଦିନ ଭାରତ ବନ୍ଦ ଡ଼ାକରା ଦେଇଥିଲା କଂଗ୍ରେସ । ଯାହାର ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଏକ ଫଟୋ ମଧ୍ୟରୁ ଗୋଟେ ଫଟୋ ମହେନ୍ଦ୍ର ସିଂହ ଧୋନିଙ୍କର ମଧ୍ୟ ରହିଥିଲା । ଯେଉଁଥିରେ ତାଙ୍କ ପତ୍ନୀ ସାକ୍ଷୀ ମଧ୍ୟ ନଜର ଆସିଥିଲେ । ଫଟୋରେ ପେଟ୍ରୋଲ ପମ୍ପରେ ଉଭୟ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ବସିଥିବାର ଦେଖା ଯାଇଥିବା ବେଳେ ମୋଦି ରାଜରେ ଯେବେଠାରୁ ପେଟ୍ରୋଲର ଦର ବଢ଼ିଛି, ସେବେଠାରୁ ମୁଁ ହେଲିକପ୍ଟର ସଟ୍ ଖେଳିବା ଛାଡ଼ି ଦେଇଛି ବୋଲି ଲେଖାଥିବା ଦେଖାଯାଇଥିଲା । ଏହି ଫଟୋ ଭାଇରାଲ ହେବା ପରେ ସମସ୍ତେ ଏହି ଖବରକୁ ସତ ବୋଲି ମାନି ନେଇଥିଲେ । କିନ୍ତୁ ପରେ ପ୍ରକୃତ କଥା ଜଣା ପଡ଼ିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଅଗଷ୍ଟ ମାସରେ ଧୋନି ତାଙ୍କ ପରିବାର ସହ ଏକ ବିଜ୍ଞାପନର ସୁଟିଂ କରିବା ପାଇଁ ଶିମ୍ଲା ଯାଇଥିଲେ । ଏହି ସମୟରେ ସେ ରାସ୍ତାରେ ଥିବା ପେଟ୍ରେଲ ପମ୍ପରେ କିଛି ସମୟ ବିତାଇଥିଲେ । ଫଟୋରେ ନଜର ଆସିଥିବା ପେଟ୍ରୋଲ ପମ୍ପଟି ଶିମ୍ଲାର ବିକାଶ ନଗରରେ ଥିବା ଜଣାପଡ଼ିଛି । ତେବେ ଧୋନି ଶିମ୍ଲା ଯାଇଥିବାର ଖବରକୁ ଏକ ଖବର କାଗଜ ଏହି ଫଟୋ ସହ ଛପାଇଥିଲା । ଏହା ସହ ଧୋନି ମଧ୍ୟ ନିଜର ଏହି ଫଟୋକୁ ଅଗଷ୍ଟ୨୯ରେ ଟ୍ଵିଟ୍ କରିଥିଲେ । ଯାହାକୁ ନେଇ ଜଣେ କଂଗ୍ରେସ କର୍ମୀ ଅରୁଣ ଠାକୁର ସୋସିଆଲ ସାଇଟ୍ରେ ସେପ୍ଟମ୍ବର ୧୦ରେ ଅପ୍ଲୋଡ଼ କରିଥିଲେ । ଫଟୋରେ ଧୋନି ପେଟ୍ରୋଲ ପମ୍ପରେ ବସିଥିବା ଦେଖି ଲୋକମାନେ ସେ ଭାରତ ବନ୍ଦରେ ସାମିଲ ଥିଲେ ବୋଲି ଭାବି ନେଇଥିଲେ । ଲୋକମାନଙ୍କ ପ୍ରତିକ୍ରିୟା ଦେଖି ସେ କିଛି ସମୟ ପରେ ଏହି ଫଟୋକୁ ହଟାଇ ଦେଇଥିଲେ ବୋଲି ଜଣା ପଡ଼ିଛି ।