ଚର୍ଚ୍ଚାରେ ଧୋନି ତନୟା ଜିଭାଙ୍କ ଚାମ୍ପିୟନ ଡ଼୍ୟାନ୍ସ, ସାଥ୍‌ ଦେଲେ ସୁରେଶ ରାଇନାଙ୍କ ଝିଅ ଗ୍ରାସିଆ

ନୂଆଦିଲ୍ଲୀ : ଏବେ ପୁଣି ଥରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଧୋନି ଅନେକ ସମୟରେ ଜିଭାଙ୍କର ନାଚିବା ସମୟର ଭିଡ଼ିଓ ସୋସିଆଲ ସାଇଟ୍‌ରେ ପୋଷ୍ଟ କରୁଥିବା ବେଳେ ଏବେ ପୁଣି ଏକ ଭିଡ଼ିଓ ଛାଡ଼ିଛନ୍ତି। ଏହି ଭିଡିଓ ଭାଇରାଲ ହେବାକୁ ଲାଗିଛି । ଚାମ୍ପିୟନ୍‌ ଗୀତରେ ନାଚି ଜିଭା ଏବେ ଚାମ୍ପିୟନ ପାଲଟି ଯାଇଛନ୍ତିି ।

ଏହି ଭିଡ଼ିଓ ଦେଖିବା ପରେ ଜିଭା କ୍ରିକେଟ ଷ୍ଟାର୍‌ ବ୍ରାଭୋଙ୍କୁ ମଧ୍ୟ ମାତ୍‌ ଦେଇଛନ୍ତି ବୋଲି କହିବା ଆରମ୍ଭ କରିଛନ୍ତି ଲୋକେ । ସୂଚନା ମୁତାବକ, କ୍ରିକେଟ ଜଗତର ଜଣେ ଚର୍ଚ୍ଚିତ ନାଁ ହୋଇଥିବା ସହ ବ୍ରଭୋ ମ୍ୟୁଜିକ୍‌ ଦୁନିଆରେ ମଧ୍ୟ ସେତିକି ପରିଚିତ । ୨୦୧୬ରେ ତାଙ୍କର ଏକ ମ୍ୟୁଜିକ୍‌ ଭିଡ଼ିଓ ରିଲିଜ ହୋଇଥିଲା, ଯାହାର ଟାଇଟଲ୍‌ ଥିଲା ଚାମ୍ପିୟନ । ଏହା ଇଣ୍ଟରନେଟ୍‌ରେ ଧମାକା କରିଥିଲା । ଏବେ ବ୍ରାଭୋଙ୍କର ଏହି ଗୀତରେ ନିଜ ଅନ୍ଦାଜରେ ନୃତ୍ୟ ପରିବେଷଣ କରିଛନ୍ତି ଜିଭା । ପାର୍ଟିରେ ଏହି ଗୀତଟିକୁ ବ୍ରାଭୋ ଗାଉଥିବା ବେଳେ ଜିଭାଙ୍କ ସାଥ୍‌ ଦେଇଥିଲେ ସୁରେଶ ରାଇନାଙ୍କ ତନୟା ଗ୍ରାସିୟା ।

ସମ୍ବନ୍ଧିତ ଖବର