ମାଲେସିଆ ଓପନରେ ସାଇନାଙ୍କ ବିଜୟ ଅଭିଯାନ

କୁଆଲାଲମ୍ପୁର: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲ୍‌ ୭୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଯାଇଛନ୍ତି। ମଙ୍ଗଳବାର ମହିଳା ଏକକ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ସାଇନା ୪୨ ମିନିଟ୍‌ ଲଢ଼େଇ କରି ୨୧-୧୨, ୨୧-୧୬ରେ ହଂକଂର ୟିପ୍‌ ପୁଇ ୟିନ୍‌ଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ଲଣ୍ଡନ୍‌ ଅଲିମ୍ପିକ୍ସ ଏହି କାଂସ୍ୟ ବିଜୟିନୀ ଭାରତୀୟା ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ଏକକରେ ଭାରତୀୟ ଯୁବକ ସମୀର ବର୍ମା ୧୩-୨୧, ୫-୨୧ରେ ଇଣ୍ଡୋନେସିଆର ଟମି ସୁଜିଆର୍ତୋଙ୍କଠୁ ଏବଂ ମିଶ୍ରିତ ଯୁଗଳରେ ରୋହନ କାପୁର ଓ କୁହୁ ଗର୍ଗ ୯-୨୧, ୧୦-୨୧ରେ ଚୀନ୍‌ ଯୋଡ଼ି ଜିଟିଙ୍ଗ୍‌ ହି ଓ ୟୁଏ ଡୁଙ୍କଠୁ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର