ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ହାମରଥ୍ରୋୟର ମଳୟ ରଂଜନ ପତି ଶେଷରେ ବିବାହ ବଂଧନରେ ଆବନ୍ଧ ହୋଇଛନ୍ତି। ଏକାଧିକ ଥର ରାଜ୍ୟ ବିଜେତା ତଥା ଡଜନେ ସର୍ବଭାରତୀୟ ଡାକ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିବା ଏହି ୪୦ ବର୍ଷୀୟ ଖେଳାଳି ଶୁଭସ୍ବପ୍ନା ପଣ୍ଡାଙ୍କୁ ନିଜ ଜୀବନସାଥୀ କରିଛନ୍ତି। ଖେଳାଳି ଜୀବନରେ ସକ୍ରିୟ ରହିବା ସହିତ ରାଜ୍ୟ ଦୌଡ଼କୁଦ ଦୁନିଆକୁ ଏକାଧିକ ହାମରଥ୍ରୋୟର ପ୍ରଦାନ କରିଥିବା ଭୁବନେଶ୍ବର ବାସିନ୍ଦା ମଳୟ ହେଉଛନ୍ତି ଜାନକୀ ପତି ଏବଂ ସ୍ବର୍ଗତ ନୃସିଂହ ନାରାୟଣ ପତିଙ୍କ ସାନ ପୁଅ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମଏସଡବଲ୍ୟୁରେ ଉତ୍ତୀର୍ଣ୍ଣ ଶୁଭସ୍ବପ୍ନା ଯାଜପୁର ଜିଲ୍ଲା ପ୍ରଭାକରପୁରର ଜାନକୀବଲ୍ଲଭ ପଣ୍ଡାଙ୍କ ବଡ଼ ଝିଅ। ଶୁକ୍ରବାର ମଳୟଙ୍କ ଅଭ୍ୟର୍ଥନା ଭୋଜିରେ କିମ୍ବଦନ୍ତୀ କ୍ରୀଡ଼ାବିତ୍ ଦିଲୀପ ତିର୍କି ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ପ୍ରତିଷ୍ଠିତ ଖେଳାଳି ଏବଂ ଖେଳ ପ୍ରଶାସକ ଉପସ୍ଥିତ ଥିଲେ।
ଶୁଭସ୍ବପ୍ନାଙ୍କ ହାତ ଧରିଲେ ମଳୟ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)