କବାଡ଼ି ସେମିରେ ଭାରତ ପୁରୁଷ ଓ ମହିଳା

ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ୭ ଥର ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ଦଳ ଆଜି ଥାଇଲାଣ୍ଡ୍‌କୁ ୪୯-୩୦ ପଏଣ୍ଟ୍‌ରେ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ଯଥାକ୍ରମେ ବାଂଲାଦେଶକୁ ୫୦-୨୧ ଓ ଶ୍ରୀଲଙ୍କାକୁ ୪୪-୨୮ ପଏଣ୍ଟ୍‌ରେ ପରାସ୍ତ କରିଥିଲା। ତିନି ବିଜୟ ଫଳରେ ଭାରତ ଶୀର୍ଷ ଦୁଇ ଦଳ ମଧ୍ୟରେ ରହି ସେମିଫାଇନାଲ୍‌ ପ୍ରବେଶ କରିଛି। ସେହିପରି ମହିଳା ବର୍ଗରେ ଭାରତ ଗ୍ରୁପ୍‌-ଏରେ ଚାରିଟି ମ୍ୟାଚ୍‌ ଖେଳି ସବୁଥିେରେ ବିଜୟୀ ହୋଇଛି। ମଙ୍ଗଳବାର ଖେଳିଥିବା ଦୁଇଟି ମ୍ୟାଚ୍‌ରେ ମହିଳା ଦଳ ଶ୍ରୀଲଙ୍କାକୁ ୩୮-୧୨ ଏବଂ ଇଣ୍ଡୋନେସିଆକୁ ୫୪-୨୨ରେ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର