ମାଲିଙ୍ଗା ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଅଧିନାୟକ

କଲମ୍ବୋ: ନିକଟରେ ଦିନିକିଆ ଆନ୍ତର୍ଜାତିକରୁ ଅବସର ନେଇଥିବା ପୁରୁଖା ଦ୍ରୁତ ବୋଲର ଲସିତ୍‌ ମାଲିଙ୍ଗା ଶ୍ରୀଲଙ୍କା‌ ଦଳକୁ ଫେରିଛନ୍ତି। ସେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଅଧିନାୟକ ମନୋନୀତ ହୋଇଛନ୍ତି। ଏହି ଶୃଙ୍ଖଳା ସେପ୍ଟେମ୍ବର ୧ ତାରିଖରୁ ପାଲେକେଲ୍‌ରେ ଆରମ୍ଭ ହେବ। ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ନିରୋସାନ୍‌ ଡିକ୍‌ୱେଲା ୧୫ ଜଣିଆ ଦଳରେ ମାଲିଙ୍ଗାଙ୍କ ସହଯୋଗୀ ତଥା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଚଳିତ ବର୍ଷ ବିଶ୍ବକପ୍‌ରେ ପ୍ରଥମ ଆନ୍ତର୍ଜାତିକ ଶତକ ଜମାଇଥିବା ଅଭିଷ୍କା ଫର୍ନାଣ୍ଡୋ ସ୍ଥାନ ବଜାୟ ରଖିଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ବରିଷ୍ଠ ଅଲ୍‌ରାଉଣ୍ଡର ଥିସାରା ପେରେରା, ଅଲ୍‌ରାଉଣ୍ଡର ଆଞ୍ଜେଲୋ ‌ପେରେରା, ଧନଞ୍ଜୟ ଡି ସିଲ୍‌ଭା, ପ୍ରିୟମଲ ପେରେରା, ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ସାଦିରା ସମରବିକ୍ରମା, ବୋଲର ସୁରଙ୍ଗା ଲାକ୍‌ମଲ୍‌, ଜେଫରି ବନ୍ଦର୍ସେ, ଅସିତା ଫର୍ନାଣ୍ଡୋ ଏବଂ କାମିନ୍ଦୁ ମେଣ୍ଡିସ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି।

ଟ୍ବେଣ୍ଟି-୨୦ ଦଳ: ଲସିତ୍‌ ମାଲିଙ୍ଗା (ଅଧିନାୟକ), ନିରୋସାନ୍‌ ଡିକ୍‌ୱେଲା, ଅଭିଷ୍କା ଫର୍ନାଣ୍ଡୋ, କୁସାଲ ପେରେରା, ଦନୁଷ୍କା ଗୁଣତିଲକା, କୁସାଲ ମେଣ୍ଡିସ୍‌, ସେହାନ୍‌ ଜୟସୂରିୟା, ଦାସୁନ ଶନକା, ୱାନିନ୍ଦୁ ହାସରଙ୍ଗା, ଅକିଲ ଧନଞ୍ଜୟ, ଲକ୍ଷ୍ମଣ ସନ୍ଦକନ୍‌, ଈସୁରୁ ଉଡାନା, କାସୁନ ରଜିଥା, ଲାହିରୁ କୁମାରା, ଲାହିରୁ ମଦୁଶଙ୍କା।

ସମ୍ବନ୍ଧିତ ଖବର