ମାମିନି ପଣ୍ଡା ସ୍ମାରକୀ କ୍ରିକେଟ୍‌: ପାନ୍ଥର୍ସ ବିଜେତା

ଭୁବନେଶ୍ୱର: ୟୁନିଟ୍‌-୧ ପଡ଼ିଆରେ ମୋଟ ୮ ଦଳକୁ ନେଇ ଆୟୋଜିତ ପ୍ରଥମ ମାମିନି ପଣ୍ଡା ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ପାନ୍ଥର୍ସ ବିଜେତା ହୋଇଛି। ଶନିବାର ଫାଇନାଲ୍‌ରେ ପାନ୍ଥର୍ସ ୫ ଓ୍ଵିକେଟ୍‌ରେ ଲାଲା ଏକାଦଶକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଲାଲା ଏକାଦଶ ୬ ଓଭରରେ ୫ ଓ୍ଵିକେଟ୍‌ ହରାଇ କରିଥିଲା ୫୮ ରନ୍‌। ଲାଲା ୧୮ ରନ୍‌ କରିଥିଲା ବେଳେ ଚନ୍ଦ୍ରକାନ୍ତ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଜିତେନ୍ଦ୍ର ବିଶ୍ୱାଳଙ୍କ ୪୮ ରନ୍‌ ବଳରେ ପାନ୍ଥର୍ସ ଶେଷ ବଲ୍‌ରେ ବିଜୟୀ ହୋଇଥିଲା। ଜିତେନ୍ଦ୍ର ଫାଇନାଲ୍‌ର ଏବଂ ଦୁର୍ଗା ଆଚାର୍ଯ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ ମାନା ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ଜଗନ୍ନାଥ ପ୍ରଧାନ, ଦେବରାଜ ସାମନ୍ତରାୟ, ରାମଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର