ଗାଡ଼ିରୁ ଅଳିଆ ଫିଙ୍ଗିବାରୁ ଯୁବକଙ୍କୁ ଗାଳି ଦେଇ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ୍‍ କରିବା ବିରୁଷ୍କାଙ୍କୁ ମହଙ୍ଗା ପଡ଼ିଲା, ମିଳିଲା ଆଇନ୍‌ଗତ ନୋଟିସ୍‌

ମୁମ୍ବାଇ: ଗାଡ଼ି ଭିତରୁ ରହି ବାହାରକୁ ଅଳିଆ ଫୋପାଡୁଥିବା ଜଣେ ଯୁବକଙ୍କୁ ପତ୍ନୀ ଅନୁଷ୍କା ଶର୍ମା ଗାଳି ଦେଖିଥିବା ସମୟର ଭିଡିଓ ବିରାଟ କୋହଲି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଥିବା କଥା ଆପଣଙ୍କର ତ ମନେ ଥିବ ନିଶ୍ଚୟ। ବିରାଟଙ୍କର ଏହି ଭିଡିଓରେ ନିଜର କ୍ଷୋଭ ପ୍ରକାଶ କରିଥିଲେ ଅଳିଆ ଫୋପାଡୁଥିବା ଯୁବକ ଏବଂ ତାଙ୍କ ମାଆ। ଏବେ ସେହି ଘଟଣା ବିରୁଷ୍କାଙ୍କ ପାଇଁ ମହଙ୍ଗା ପଡ଼ିଛି। ସୋସିଆଲ୍‌ ମିଡିଆରେ ଏପରି ସର୍ବସମ୍ମୁଖରେ ଅପମାନିତ ହୋଇଥିବା ହେତୁ ଯୁବକ ଜଣକ ବିରାଟ ଓ ଅନୁଷ୍କାଙ୍କୁ ଏକ ଆଇନ୍‌ଗତ ନୋଟିସ୍‌ ଜାରି କରାଯାଇଛି। ଯୁବକ ଜଣକ ନିଜ ସୋସିଆଲ୍‌ ସାଇଟ୍‌ରେ ଲେଖିଛନ୍ତି ଯେ ‘ବିରାଟ ଓ ଅନୁଷ୍କାଙ୍କୁ ମୋ ଓକିଲଙ୍କୁ ସାମ୍ନା କରିବାକୁ ପଡ଼ିବ।’

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ନିଜ ଗାଡ଼ି ଭିତରୁ ରହି ରାସ୍ତା କଡ଼ରେ ପ୍ଲାଷ୍ଟକ୍‌ ଫିଙ୍ଗୁଥିବାରୁ ଅଭିନେତ୍ରୀ ଅନୁଷ୍କା ଶର୍ମା ଜଣେ ଯୁବକଙ୍କୁ ଗାଳି ଦେଇଥିଲେ। ସେହି ସମୟର ଭିଡିଓକୁ ପତି ବିରାଟ ନିଜ ଇନ୍‌ଷ୍ଟା ପେଜ୍‌ରେ ଅପ୍‌ଲୋଡ କରିଥିଲେ। ଲୋକପ୍ରିୟତା ପାଇଁ ବିରାଟ-ଅନୁଷ୍କା ଏପରି କରୁଛନ୍ତି ବୋଲି ଯୁବକଙ୍କ ମାଆ ଓ ନିଜେ ଯୁବକ ସେମାନଙ୍କ ଉପରେ ଆରୋପ ଲଗାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ମିଳିଲା ଯେ ଅନୁଷ୍କାଙ୍କଠାରୁ ଗାଳି ଖାଇଥିବା ଉକ୍ତ ଯୁବକ ଜଣକ କେତୋଟି ଚଳଚ୍ଚିତ୍ର ଓ ଧାରାବାହିକରେ ଶିଶୁ କଳାକାର ଭାବେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର