ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଲେ ମନିକା ବାତ୍ରା

0 158

ନୂଆଦିଲ୍ଲୀ :ଦେଶର ପ୍ରଥମ ମହିଳା ଭାବେ ମନିକା ବାତ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିଙ୍ଗଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶନିବାର ଅପରାହ୍ନରେ ସେ ସିଂଗାପୁରର  ମେୟୁଙ୍ଗୁ  ୟୁଙ୍କୁ  ୧୧-୭, ୧୧-୬, ୧୧-୨ ଓ ୧୧-୭ ରେ ହରାଇଛନ୍ତି ।  ଏହା ପୂର୍ବରୁ ସେ ମହିଳା ମିକ୍ସଡ୍‌ ଟିମ ଇଭଣ୍ଟରେ  ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ସିଙ୍ଗଲ୍ସ ବର୍ଗର ଫାଇନାଲକୁ ଯିବା ପୂର୍ବରୁ  ସେମିରେ ତିନିଥର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ସିଂଗାପୁରର ତିଆନଓ୍ଵି ଫେଙ୍ଗଙ୍କୁ ହରାଇଥିଲେ ।

 

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ  ମନିକା ଟେବୁଲ ଟେନିସର ତିନୋଟି ଇଭେଣ୍ଟର ଫାଇନାଲରେ ପହଞ୍ଚି ଏକ ବିରଳ ସଫଳତା ହାସଲ କରିଛନ୍ତି । ଶୁକ୍ରବାରଦିନ ସେ ମହିଳା ଡବଲ୍ସରେ ମୌମିତା ଦାସଙ୍କ ସହ ମିଶି ରୌପ୍ୟ ପଦକ ପାଇଥିଲେ । ଏହା ଫଳରେ ସେ ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି । ରବିବାରଦିନ ସେ ମିକ୍ସଡ ଡବଲ୍ସ ଇଭେଣ୍ଟରେ କାଂସ୍ୟ ପଦକ ପାଇଁ ଲଢିବେ ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.