ଆଇପିଏଲ୍‌: ଓ୍ଵାର୍ଣ୍ଣର-ବେୟାରଷ୍ଟୋଙ୍କ ଦୁର୍ବଳତାକୁ ପୂରା କରିବେ ଏହି ଭାରତୀୟ, ଚେନ୍ନାଇ ମ୍ୟାଚ୍‌ରେ ଦେଲେ ସଂକେତ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମଙ୍ଗଳବାର ହୋଇଥିବା ମ୍ୟାଚ୍‌ରେ ଜଣେ ଭାରତୀୟ କ୍ରିକେଟର ଭଲ ପ୍ରଦର୍ଶନ କରିଥିଲେ। ମାତ୍ର ସେନ୍‌ ଓ୍ଵାଟସନ୍‌ ଏହି ମ୍ୟାଚ୍‌କୁ ହାଇଦ୍ରାବାଦ୍‌ ଠାରୁ ଛଡାଇ ନେଇଥିଲେ। ଓ୍ଵାଟ୍‌ସନ୍‌ ୧୦ଟି ମ୍ୟାଚ୍‌ ପରେ ନିଜର ଫର୍ମ ଫେରି ପାଇଛନ୍ତି। ଟିମ୍‌ ବିଜୟରେ ତାଙ୍କର ବିରାଟ ଭୂମିକା ଥିଲା।

ଚେନ୍ନାଇର ବିଜୟରେ ହାଇଦ୍ରାବାଦ୍‌ର ଜଣେ ଖେଳାଳି ଦୃଷ୍ଟି ଆକର୍ଷଣ ହୋଇଥିଲେ। ସେ ହେଉଛନ୍ତି, ମନୀଷ ପାଣ୍ଡେ। ମନୀଷଙ୍କୁ ଚଳିତ ସଂସ୍କରଣରେ ଡାଭିଡ ଓ୍ଵାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ଯୋଗୁଁ ଅଧିକ ସୁଯୋଗ ମିଳି ନ ଥିଲା। ମାତ୍ର ମଙ୍ଗଳବାର ତାଙ୍କୁ ବିସ୍ଫୋରକ ବ୍ୟାଟି କରୁଥିବା ଦେଖାଯାଇଥିଲା। ସେ ଏବେ ଟିମକୁ ଦମ୍ଭ ଦେଇଛନ୍ତି ଯେ, ଓ୍ଵାର୍ଣ୍ଣର ଓ ବେୟାରଷ୍ଟୋ ଦୁର୍ବଳତାକୁ ପୂରା କରିବେ।

ମନୀଷଙ୍କୁ ମଙ୍ଗଳବାର ଏକ ଭଲ ସୁଯୋଗ ମିଳିଥିଲା। ଚେନ୍ନାଇ ବିପକ୍ଷରେ ଜନି ବେୟାରଷ୍ଟୋ ବିନା ଖାତା ଖୋଳି ଆଉଟ ହୋଇ ଯାଇଥିଲେ। ମନୀଷ ୧୪ ଓଭର ଯାଏଁ ଡାଭିଡ ଓ୍ଵାର୍ଣ୍ଣରଙ୍କ ସହିତ ହାଇଦ୍ରାବାଦ୍‌ର ସ୍କୋରକୁ ୧୧୫ ରନରେ ପହଂଚାଇଥିଲେ। ଓ୍ଵାର୍ଣ୍ଣର ଆଉଟ୍‌ ହୋଇ ପାଭଲିଅନ ଫେରିଯିବା ପରେ ଇନିଂସ ଶେଷ ହେବା ବେଳକୁ ସ୍କୋର ୧୭୫ ରନ୍‌ ପହଂଚାଇଥିଲେ। ମନୀଷ ୪୯ ବଲ ଖେଳି ୮୨ ରନ୍‌ କରିଥିଲେ। ଏଥିରେ ୭ ଚୌକା ଓ ୩ ଛକା ସାମିଲ ଥିଲା।

ସମ୍ବନ୍ଧିତ ଖବର