ଏସୀୟ କ୍ରୀଡ଼ା: ୮୦୦ ମିଟରରେ ମଞ୍ଜିତ ଜିତିଲେ ସ୍ୱର୍ଣ୍ଣ ପଦକ, ଜନସନ୍‌ଙ୍କୁ ରୌପ୍ୟ

ଜାକର୍ତ୍ତା: ଭାରତର ମନଜିତ ସିଂହ ଉତ୍ତମ ପ୍ରଦର୍ଶନ କରି ୧୮ତମ ଏସୀୟ କ୍ରୀଡ଼ାର ୧୦ମ ଦିନରେ ପୁରୁଷ ୮୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଏହି ପ୍ରତିଯୋଗିତାରେ ମଙ୍ଗଳବାର ଭାରତର ଅନ୍ୟତମ ପ୍ରତିଯୋଗୀ ଜିନସନ ଜନସନଙ୍କୁ ରୌପ୍ୟ ପଦକ ମିଳିଛି। ଏହା ଭାରତର ୧୦ମ ଦିନରେ ପ୍ରଥମ ସ୍ୱର୍ଣ୍ଣ ପଦକ ଓ ୯ମ ପଦକ। ମନଜିତ ୧ମିନିଟ ୪୬.୧୫ ସେକେଣ୍ଡରେ ଲକ୍ଷ୍ୟ ପୂରା କରିଥିବା ବେଳେ ଜନସନ ୧ ମିନିଟ ୪୬:୩୫ ସେକେଣ୍ଡରେ ଅତିକ୍ରମ କରିଥିଲେ।

ବର୍ଷ ୧୯୬୨ ପରେ ପ୍ରଥମ ଥର ଆଥଲେଟିକସ୍‌ର ଏହି ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। କାଂସ୍ୟ ପଦକ କତାର ପ୍ରତିଯୋଗୀ ଅବଦୁଲ୍ଲା ଆବୁ ବକରଙ୍କୁ ମିଳିଛି। ଅବଦୁଲ୍ଲା ୧ ମିନିଟ ୪୬.୩୮ ସେକେଣ୍ଡରେ ୮୦୦ ମିଟର ଅତିକ୍ରମ କରିଛନ୍ତି।

ଭାରତୀୟ ତୀରନ୍ଦାଜୀ ଟିମ୍‌ ଆଜି ରୌପ୍ୟ ପଦକ ଜିିତିଥିବା ବେଳେ ସଟଲର ପିଭି ସିନ୍ଧୁଙ୍କ ମଧ୍ୟ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଭାରତର ଧାବିକା ଦୂତି ଚାନ୍ଦ ୨୦୦ ମିଟର ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହୋଇ ଫାଇନାଲକୁ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର