ଭାରତର ସହାୟତା ଲୋଡ଼ିଲେ ଅସୁସ୍ଥ ପାକିିସ୍ତାନୀ ହକି କିମ୍ବଦନ୍ତୀ ମନ୍‌ସୁର୍‌

ନୂଆଦିଲ୍ଲୀ: ପାକିସ୍ତାନର ହକି କିମ୍ବଦନ୍ତୀ ମନସୁର୍‌ ଅହମ୍ମଦଙ୍କ ନା ଶୁଣିଲେ ସମ୍ଭବତଃ ଭାରତୀୟମାନେ ଦରଦ ଦେଖାଇ ନ ପାରନ୍ତି। କିନ୍ତୁ ୪୯ ବର୍ଷୀୟ ଏହି ବିଗତ ଦିନର ହକି ତାରକା ଏବେ ନିଜର ହୃତ୍‌ପିଣ୍ଡ ପରିବର୍ତନ ତଥା ପ୍ରତିରୋପଣ ଲାଗି ଭାରତ ଆଡ଼ୁ ସହାୟତାର ଭିକ୍ଷା ମାଗିଛନ୍ତି। ୪/୫ ବର୍ଷ ତଳେ ତାଙ୍କର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ପେସ୍‌ ମେକର୍‌ ଓ ଷ୍ଟେଣ୍ଟ୍‌ ସମ୍ପର୍କିତ ସମସ୍ୟା ଜଟୀଳ ହେବାରୁ ଏବେ ପ୍ରତିରୋପଣର ଆବଶ୍ୟକତା ରହିଛି। କିନ୍ତୁ ଗତ ମାସରେ ସମସ୍ୟା ଅତି ଖରାପ ହେବାରୁ ଡାକ୍ତର ତାଙ୍କୁ ଆମେରିକା କିମ୍ବା ଭାରତ ପ୍ରେରଣ ଲାଗି ପରାମର୍ଶ ଦେଇଛନ୍ତି। ମନସୁର୍‌ଙ୍କ କହିବା କଥା ସେ କୌଣସି ଆର୍ଥିକ ସହାୟତା ମାଗୁ ନାହାନ୍ତି। କିନ୍ତୁ ଭାରତୀୟ ଚିକିତ୍ସା ବ୍ୟବସ୍ଥା ଉନ୍ନତ ଥିବାରୁ ଏବଂ ଅପେକ୍ଷାକୃତ ଶସ୍ତା ଥିବାରୁ ମୋତେ ଆବଶ୍ୟକ ପଡ଼ିଲେ ଭିସା ଅନୁମୋଦନରେ ସହାୟତା କରିବାକୁ ମନସୁର୍‌ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର